Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ବଳ

ବଳ

1 min
195



ଧର୍ମବଳେ ସ୍ୱର୍ଗଯାତ୍ରା କରିଥିଲେ ମହାରାଜା ଯୁଧିଷ୍ଠିର,

ଦାନବଳେ ପୁଣି ମହାଦାନୀ ଭାବେ ପରିଚିତ କର୍ଣ୍ଣବୀର ।


ଜ୍ଞାନବଳେ ବ୍ୟାସ ମହାଭାରତକୁ ଲେଖି ହୋଇଲେ ଅମର,

ଧନବଳେ ରାଜା କୁବେର ରଚିଲେ ସ୍ୱର୍ଣ୍ଣମୟ ଲଙ୍କାପୁର ।


ଯୋଗବଳେ ମୁନିଋଷି ପାଇଛନ୍ତି ଈଶ୍ଵରଙ୍କ ଅନୁଭବ,

କର୍ମବଳେ କେତେ ଅକ୍ଷମ ମଣିଷ କରିଛନ୍ତି ସିଦ୍ଧିଲାଭ ।


ପ୍ରେମବଳେ ଏଇ ସଂସାରର ଜୀବ ହୋଇଥା'ନ୍ତି ବଶୀଭୂତ,

ଭକ୍ତିବଳେ ପ୍ରଭୁ ବିପଦ ଆପଦେ ବଢ଼ାଇ ଦିଅନ୍ତି ହାତ ।


ଶ୍ରମବଳେ ସିନା ବୈଜ୍ଞାନିକମାନେ କରୁଛନ୍ତି ଉଦ୍ଭାବନ,

ଭାଗ୍ୟଵଳେ କେତେ ଅଜ୍ଞାନ ମଣିଷ ପାଇଛନ୍ତି ସିଂହାସନ ।


ବୁଦ୍ଧିବଳେ କେତେ ଦୁର୍ବଳ ମଣିଷ ବଞ୍ଚିଛନ୍ତି ଶତ୍ରୁଠାରୁ,

ମନବଳେ ଆମେ ସକଳ କାର୍ଯ୍ୟକୁ ସହଜରେ କରିପାରୁ ।



Rate this content
Log in

Similar oriya poem from Inspirational