STORYMIRROR

ବି. ନିରୁପମା

Abstract

2  

ବି. ନିରୁପମା

Abstract

ବଜର କରିବ ଶଙ୍ଖା

ବଜର କରିବ ଶଙ୍ଖା

1 min
255

ତୁମରି ମୂଳରେ ଜଳ ଢାଳି ନିତି

ଫୁଲ ଦେଉଅଛି ତୋଳି ,

ମାଆ ବୃନ୍ଦାବତୀ ଦୟା ରଖିଥିବ

ବିପତ୍ତି ମୋ ଦେବ ଟାଳି


ତୁମ ସେବା ପୂଜା କରୁଛି ମାଆ ଗୋ

ମନରେ ଭକତି ଭରି ,

କରୁଣା କରିଲେ-ରାଜା ପୁଅ ଆସି

ନେବେ ମୋର ହାତ ଧରି


କୋଉଦିନୁ ତାଙ୍କ ବାଟ ଚାହିଁ ଅଛି

ଆସିବେ ସତରେ ସିଏ ,

ରୂପ,ଗୁଣ ଆଉ ବିଭବରେ ତାଙ୍କ

ସରି ହୋଇବେନି କିଏ


କୋଳକୁ ମୋହର ଦେବ ପୁଅ ଝିଅ

ବଜର କରିବ ଶଙ୍ଖା ,

ପାଚିଲା ବାଳରେ ସିନ୍ଦୁର ନାଇବି

କର୍ମ ନ କରିବ ବଙ୍କା


ତୁମ ସେବା,ପୂଜା,ଭକତିରେ କେବେ

କରିବିନି ଅବହେଳା ,

ସୁରୁଖୁରୁରେ ମା' ଚଳେଇ ନେବ ଗୋ

ମୋ ସଂସାର ଲୀଳା-ଖେଳା


Rate this content
Log in

Similar oriya poem from Abstract