STORYMIRROR

Pranati Jena

Inspirational Others

3  

Pranati Jena

Inspirational Others

ବିତ୍ପାତ

ବିତ୍ପାତ

1 min
192


         


ସତ୍ୟର ପ୍ରତିଷ୍ଠା ପାଇଁ ଯୁଗ ଅବଶେଷେ

ବିତ୍ପାତ ଆସେ କୋକୁଆ,କୋରାନା ଅଶେଷେ

କ୍ରୀୟମାଣ, ସଞ୍ଚିତ, ପ୍ରାରବ୍ଧ ନାନା ବେଶେ

ତତ୍ତ୍ୱଜ୍ଞ ପୁରୁଷୋତ୍ତମ ବଳିୟାର ବଶେ......


ଆସକ୍ତି ରେ ନଷ୍ଟ ହୁଏ ଅନୁରକ୍ତି କ୍ରମେ 

କର୍ମ ପ୍ରବଣତା, ଆସକ୍ତି ବିବେକ ବିଭ୍ରମେ,

ମାୟାଶକ୍ତି, ଅଭିମାନ ନଥାଏ ସୁକର୍ମେ

ନୟନ ମଣି କମଳେ ଚିତ୍ତ ଦିବ୍ୟଧାମେ.......


ନିର୍ଗୁଣପାସକ, ତ୍ରିଗୁଣାତ୍ମକ ସଂସାରେ

ରକ୍ଷାକର, ରକ୍ଷାକର ସ୍ମରୁଛି ସଧିରେ,

ପାପୀ, ତପୀ ଏକାକାର ତୁମରି ସୃଷ୍ଟିରେ

ଅବତରି ଆସ ପ୍ରାଣ ଏ ଧରା ଧାମରେ.......


ଅକାରଣ, କାରୁଣିକ ହେ ବିଶ୍ୱ ନିୟନ୍ତା

କୃପାତୁମ ଏହି ଜନ୍ମ ଲକ୍ଷ୍ୟ ନୁହେଁ ଏକା,

ଅସୀମ ସୁଖର ସ୍ରୋତେ ଭୁଲି ମାନବତା

ମିଥ୍ୟାମାୟା, ପ୍ରପଞ୍ଚତା ଚିତ୍ତେ ବିଭ୍ରମତା......


ସଂସାର ଅମୁହାଁ ଗଳି ପଥେ ମୋହ, ମାନ

ମୁଁ"କାର ବିକାରେ ଏଠି ସବୁ ଧାବମାନ,

"ମମତା" ଶବ୍ଦଟି କାନ୍ଦେ ହରାଇ ତା ମାନ

"ନିର୍ଲିପ୍ତ "ଭାବୁଛି ହୃଦେ ନାହିଁ ମୋର ସ୍ଥାନ.......


କି ସୁନ୍ଦର ଆହା, କି ଆନନ୍ଦମୟ ତପ 

ବିଶାଳତା ଏ ସଂସାରୁ ହୋଇଛି ବିଲୋପ,

ହିଂସା, ଇର୍ଷା ବଡ଼ପଣ ଆତ୍ମାର ପ୍ରକୋପ

ସରଳତା ଆଖିଲୁହେ ଓଜନ ଅମାପ........


କୋମଳ ଧରିତ୍ରୀ ହୃଦେ ସହିଷ୍ଣୁତା ସୀମା

ସହିହୁଏ ନାହିଁ ମାଆ ଦୁଃଖ ତା ଅସୀମା,

ପ୍ରକୁତିର ପ୍ରାଙ୍ଗଣରେ ନାହିଁ ସେ ସୁଷମା

ଋତୁ, ବର୍ଷ, ମାସ ମଧ୍ୟେ ନାହିଁ ସେ ଗାରିମା......


ଆଚରଣ, ଉଚ୍ଚାରଣେ ହରଇ ସମତା

ବିବେକତ ହଜିଅଛି ହରାଇ ତା ସତ୍ତା,

ଗୁରୁ,ଲଘୁ ମଧ୍ୟେ ନାହିଁ ସନ୍ମlନ ଓ ଶ୍ରଦ୍ଧା

ନୀରବତା ତୁମ ପରା ପ୍ରଳୟ ସୂଚତା.......


ମାନବ ର,ହିଂସା, ଇର୍ଷା, ଛଳନାର ବାର୍ତ୍ତା 

ନିଜ ପାଇଁ ଜlଳୁଅଛି ନିଜେ, ନିଜ ଚିତା

ସତ୍ୟ ର ଆବରଣେ ସଜାଇ ନୈତିକତା

ଧର୍ମକୁ ଧରଣୀ ଅଛି ନାହିଁ ତାର ଚିନ୍ତା.........


ସୁନ୍ଦର ସୃଷ୍ଟି ପ୍ରଭୁ ହେଲାଣି କଦlକାର

ଅବତରି ଆସ ଥରେ ଦେଖି ରୂପ ତାର,

ମିଛଏଠି ଅଳଙ୍କାର ଭକ୍ତି ସମାହାର

ପରଖମଣି ହେ ମୋର ଶୁଣ ମୋର ଗୀର......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational