STORYMIRROR

Shiba Charan Mahapatra

Abstract

2  

Shiba Charan Mahapatra

Abstract

ବିତିଥିବା ଦିନ

ବିତିଥିବା ଦିନ

1 min
244

ବିତିଛି ଏସନ ଜହ୍ନ ମନ ଆଉ

ଗଗନକୁ ମାରି ଗୁଳି

ତିନି ହେଁ ଅବୁଝା ପାରିନି କା' ଦେହେ

ପ୍ରେମ ରଙ୍ଗ ଟିକେ ବୋଳି


ହସଠୁ ଅଧିକା ଏ ଦେହ ସହିଛି 

କଣ୍ଟକ ନିବିଡ ଘାତ

ପ୍ରଣୟ ସଙ୍ଗୀତେ ଧିମା କରିଦେଇ

ସମୟର କରାଘାତ


ଫଗୁଣ ଝାରିଛି ମମତା ପିୟୁଷ 

ଶ୍ରାବଣ ଝାରିଛି ଲହୁ

ଚୋରା ଚଇତିଟା ହୃଦୟ ଲୁଟିଛି

ବସନ୍ତ ଦେଇଛି ମହୁ


ବିରହ ବିଧୁର ମୂର୍ଚ୍ଛନା ତୋଳିଛି

କୁଆଁରୀ ଜୋଛନା ରାତି

ପ୍ରଣୟିନୀ କଇଁ ସରାଗେ ସଞ୍ଚିଛି 

ବେଦନା ବିକ୍ଷିପ୍ତ ତାତି


କେତେ ଯେ ରଜନୀ ବିନିଦ୍ର କଟିଛି 

ତକିଆ ପ୍ରେମିକା କରି

କେତେ ଯେ ଲହରୀ ମୁଣ୍ଡ ପିଟିଛନ୍ତି 

ବେଳାଭୂମି ଝୁରିଝୁରି


ମାଟିରେ ରୋପିଛି ସମାକୁଳ ସ୍ୱପ୍ନ 

ଶୁଖିଛି ବି କ୍ଷେତ ଓଠ

ଅଭିମାନୀ ପ୍ରିୟା ପରଦେଶେ ସତ

ଛାଡି ପାରୁନି ମୁଁ ଘାଟ


ସୁଖ ଦୁଃଖ ରଙ୍ଗେ ଚିତ୍ରିତ କରିଛି

ଜୀବନ ମେହେନ୍ଦୀ ଦାଗ

ଇପ୍ସିତ ସପନ ମହକେ ଆଗାମୀ 

ବଦଳିବ ବୋଲି ଦିଗ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract