STORYMIRROR

Nirupama Dehuri

Crime

4  

Nirupama Dehuri

Crime

ବିଷାକ୍ତ ସହର

ବିଷାକ୍ତ ସହର

1 min
381

ଅତ୍ୟାଧୁନିକ କାରିଗରୀ

ପ୍ରଦୁଷିତ ବାୟୁମଣ୍ଡଳ

ନଷ୍ଟ ଭ୍ରଷ୍ଟ ସବୁଜିମା

ମାଳମାଳ କଳକାରଖାନା

ଅସଂଖ୍ୟ ଯାନବାହାନ

ପ୍ଳାଷ୍ଟିକର ବହୁଳ ବ୍ୟବହାର

ବିଷାକ୍ତ ପରିବେଶ

ବିଷାକ୍ତ ସହର ବଜାର ।


ଅଗଣିତ ଗୋଳାବାରୁଦ

ଯୁଦ୍ଧ ସରଞ୍ଜାମ

ଜନସଂଖ୍ୟା ବହୁଳ

ଖାଦ୍ୟ ଅପମିଶ୍ରଣ

ଅଧିକ ଫସଲ ଉତ୍ପନ୍ନ

ରାସାୟନିକ କୀଟନାଶକ ପ୍ରୋୟଗ

ଖାଦ୍ୟ ବି ବିଷାକ୍ତ 

ମଣିଷ ଅଳ୍ପାୟୁଷ ।


ତେଲ ଚା ପତି ଘିଅ ଅଟା

ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ

ଖାଇବା ଚାଉଳ ମୁଢ଼ିରେ ବି

ସାରର ପ୍ରୋୟଗ ଯହିଁ ଚାହଁ

ଭେଜାଲ ଘୋଟାଲା

ଜୀବନ ଦୁର୍ବିସହ

ବଞ୍ଚିବା ବିଷମ ।


ନାନାଦି ରୋଗ ଉତ୍ପନ୍ନ

ଡାକ୍ତର ନିରୂପାୟ

ମରଣ ମୁହେଁ ନୀରିହ ଜୀବନ

କଳିର କରାମତି 

ଦୋଷୀ ବୁଲେ ରାଜଦାଣ୍ଡେ

ନିଦୋଷୀ ଭୋଗଇ କଷଣ ।


ଭଦ୍ର ମୁଖାପିନ୍ଧା ସଇତାନ

ବିଷର ମଞ୍ଜି ବୁଣି

ସୋଭାଗ୍ଯ ରେ ପରିପୂର୍ଣ

ଦରିଦ୍ର ମଳି ମୁଣ୍ଡିଆ ସର୍ବହରା

ଭଗବାନଙ୍କ ଶରଣାପନ୍ନ

ଢୋକେ ପିଇ ଦଣ୍ଡେ ଜିଇଁବାର

ଆପ୍ରାଣ ଉଦ୍ୟମ ।


ବିଶ୍ବର କୋଣେ ଅନୁକୋଣେ

ବନ୍ଧୁକ ମୁନରେ ଜୀବନ

ସନ୍ତ୍ରାସବାଦୀ ଆତଙ୍କବାଦୀଙ୍କ

ନିର୍ମମ ଅତ୍ୟାଚାର

ପଶୁତ୍ବ ହୀନ ଜୀବନ

ଆଫଗାନିସ୍ତାନ ଗଣତନ୍ତ୍ରର

ଜ୍ବଳନ୍ତ ଉଦାହରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime