ବିସ୍ମୟ ବାଳକ
ବିସ୍ମୟ ବାଳକ
ପଦ୍ମ କଢି ପରି, ହୃଦୟ ତାହାରି
ନିର୍ମଳ ଅଟେ ପବିତ୍ର ।
ତା ରୂପ ସୁନ୍ଦର, ଅତି ମନୋହର
ଉତ୍କଳ କନିଷ୍ଠ ପୁତ୍ର ।।୧
ବାର ଯେ ବରଷ, ସାହସ ଅଶେଷ
ନାଉରୀ ବାଜି ରାଉତ ।
ବ୍ରାହ୍ମଣୀ ଘାଟରେ, ସିଂହ ସ୍ଵରୁପରେ
ଜଗିଛି ଧରି ରେ କାତ ।।୨
ଗଡ଼ଜାତ ପ୍ରଜା ,ଆନ୍ଦୋଳନ ବାଜା
ବାଜିଥାଏ ଉତ୍କଳ ରେ ।
ଫିରିଙ୍ଗି ପାଇଁ କି , ବାଜିଆ ଯାଇକି
ଜାଗିଛି ନଈ କୂଳରେ ।।୩
ରାତି ଅନ୍ଧକାର , ଶୁଭିଲା ଯେ ସ୍ୱର
ନାଉରିଆ ପାରି କର ।
କହିଲା ବାଜିଆ, ବାହିବିନି ନାଆ
ହୁକୁମ୍ ନାହିଁ ସର୍ଦ୍ଦାର ll୪
ଏତିକି ଶୁଣିଣ ଫିରିଙ୍ଗି ଯେ ଗଣ
କଲେ ଯେ ଗୁଳି ପ୍ରହାର ।
ବୀର ଯେ ବାଜିଆ ,ବାହିଲାନି ନାଆ
ବୋହିଲା ପଚ୍ଛେ ରୁଧିର ।।୫
ଏମିତି ରକ୍ଷକ ,ବିସ୍ମୟ ବାଳକ
ଦେଖି ଯେ ଗଲେ ପଳାଇ ।
ଫିରିଙ୍ଗି ହାତରେ, ମରିଚି ସିନାରେ
ରହିଛି ଅମର ହୋଇ ।।୬
