STORYMIRROR

Bhagirathi Pati

Classics

3  

Bhagirathi Pati

Classics

ବିଶ୍ରାମ

ବିଶ୍ରାମ

1 min
160


କହିଲେ କହିବ କହୁଛି

ଆଜିର ମଣିଷ ବିଶ୍ରାମ ନେବାକୁ

କୁଣ୍ଠାବୋଧ ଟିକେ କରୁଛି,

ଚବିଶ ଘଣ୍ଟା ତ ନିଅଣ୍ଟ ହେଲାଣି

ତିରିଶି ଘଣ୍ଟାକୁ ଦାବି କରୁଛି,

ଈଶ୍ୱର ଙ୍କୁ ଯଦି ଦେଖା ତ ହୁଅନ୍ତା

ଦରଖାସ୍ତ ଦେଇ ସବୁ କୁହନ୍ତି,

ଚବିଶ ଘଣ୍ଟାରେ କାମ ସରୁ ନାହିଁ

କେମିତି ବିଶ୍ରାମ ନେବି ଭାବୁଛି

କଣ୍ ନା କହିଲେ କହିବ କହୁଛି ।


ବିଶ୍ରାମ ନେବାକୁ ଇଛା ହେଉଥିଲେ

ମୋବାଇଲ କ୍ରିଂ କ୍ରିଂ କରୁଛି,

ଧଡ଼ ପଡ଼ ହେଇ ଭୂତ ପରି ସିଏ

ଆଗକୁ ଆଗକୁ ମାଡି ଚାଲୁଛି,

ଟଙ୍କା କୁ ସର୍ବସ୍ବ ବୋଲି ଭାବୁଛି

ପଇସା ପଛରେ ଧାଇଁ ଧାଇଁ ସିଏ

ମାରାତ୍ମକ ରୋଗରେ ପଡି ଯାଉଛି

କଣ୍ ନା କହିଲେ କହିବ କହୁଛି ।


ବୟସ ବଢିଲେ ବିଶ୍ରାମ ନେବାକୁ

ଇଚ୍ଛା ତାର ଟିକେ ହେଉଛି,

ସଂସାର ଜଞ୍ଜାଳ ଘାଣ୍ଟି ଦେଉଛି

ପୁଅ ଝିଅ ନାତି ନାତୁଣୀ ଙ୍କ କଥା

ଶୁଣି ଶୁଣି ତାର ମଥା ବିନ୍ଧୁଛି,

ଘରଣୀ ତାହାର ଯେତେ ବୁଝାଇଲେ

ମନଟି ଅବୁଝା ହେଉଛି,

ଈଶ୍ୱର ଙ୍କୁ ଟିକେ ଡାକି ପାରୁନାହିଁ

ଆଜି କାଲି କହି ଦିନ ନେଉଛି,

କେତେବେଳେ ସିଏ ବିଶ୍ରାମ ନେବ ତ

ଏଇଥିରୁ ଜଣା ପଡ଼ି ଯାଉଛି

କଣ୍ ନା କହିଲେ କହିବ କହୁଛି

କଣ୍ ନା କହିଲେ କହିବ କହୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics