ବିଶ୍ବ ଦେଖ ବିଷମୟ
ବିଶ୍ବ ଦେଖ ବିଷମୟ
ବିଶ୍ବ ଦେଖ ବିଷମୟ ରେ ଜୀବନ
ବିଶ୍ବ ଦେଖ ବିଷମୟ
ଜହର ଝରଣ ତିବ୍ର ଧାବମାନ
ବଢୁଅଛି ପ୍ରତିକ୍ଷଣ ରେ ଜୀବନ
ବିଶ୍ବ ଦେଖ ବିଷମୟ
କୋରୋନା ଭାଇରସ୍ କାୟା ବିସ୍ତାରିଣ
କାଳ କୁ କରେ ସ୍ବାଗତମ୍
ସାରା ପ୍ରୁଥିବୀ ରେ ବିଷ ଉଦଗାରିଣ
ବଢାଏ ମରଣ ଭୟ ରେ ଜୀବନ
ବିଶ୍ବ ଦେଖ ବିଷମୟ
ବସୁଧା ପିଡିତ ମହାମାରୀ ଗ୍ରସ୍ତ
ତ୍ରସ୍ତ ସର୍ବେ ବିଶ୍ବ ଜନ
ତାହାରି ପ୍ରକୋପୁ ରକ୍ଷା ପାଇବାକୁ
ସର୍ବେ ହେବା ସାବଧାନ ରେ ଜୀବନ
ବିଶ୍ବ ଦେଖ ବିଷମୟ
ସରକାର ଙ୍କର ନିୟମ ପାଳିଣ
ହାତ ଧୋଇ ବାରମ୍ବାର
ଗ୍ରୁହବନ୍ଦୀ ହୋଇ କାଟିବା ଜୀବନ
ନରଖି ମନ ରେ ଭୟ ରେ ଜୀବନ
ବିଶ୍ବ ଦେଖ ବିଷମୟ
ନହୋଇ ବିମନ, ନ କରି ଉଲଂଘନ
କର ନିୟମ ପାଳନ
କୋରୋନା ରାକ୍ଷସ ହୋଇବ ବିନାଶ
ସର୍ବେ ହେଲେ ସଚେତନ ରେ ଜୀବନ
ବିଶ୍ବ ଦେଖ ବିଷମୟ
