STORYMIRROR

Alhadini Panigrahi dash

Abstract

3  

Alhadini Panigrahi dash

Abstract

ବିଶ୍ବ ଦେଖ ବିଷମୟ

ବିଶ୍ବ ଦେଖ ବିଷମୟ

1 min
253

ବିଶ୍ବ ଦେଖ ବିଷମୟ ରେ ଜୀବନ

ବିଶ୍ବ ଦେଖ ବିଷମୟ

ଜହର ଝରଣ ତିବ୍ର ଧାବମାନ

ବଢୁଅଛି ପ୍ରତିକ୍ଷଣ ରେ ଜୀବନ

ବିଶ୍ବ ଦେଖ ବିଷମୟ


କୋରୋନା ଭାଇରସ୍ କାୟା ବିସ୍ତାରିଣ

କାଳ କୁ କରେ ସ୍ବାଗତମ୍

ସାରା ପ୍ରୁଥିବୀ ରେ ବିଷ ଉଦଗାରିଣ

ବଢାଏ ମରଣ ଭୟ ରେ ଜୀବନ

ବିଶ୍ବ ଦେଖ ବିଷମୟ


ବସୁଧା ପିଡିତ ମହାମାରୀ ଗ୍ରସ୍ତ

ତ୍ରସ୍ତ ସର୍ବେ ବିଶ୍ବ ଜନ

ତାହାରି ପ୍ରକୋପୁ ରକ୍ଷା ପାଇବାକୁ

ସର୍ବେ ହେବା ସାବଧାନ ରେ ଜୀବନ

ବିଶ୍ବ ଦେଖ ବିଷମୟ


ସରକାର ଙ୍କର ନିୟମ ପାଳିଣ

ହାତ ଧୋଇ ବାରମ୍ବାର

ଗ୍ରୁହବନ୍ଦୀ ହୋଇ କାଟିବା ଜୀବନ

ନରଖି ମନ ରେ ଭୟ ରେ ଜୀବନ

ବିଶ୍ବ ଦେଖ ବିଷମୟ


ନହୋଇ ବିମନ, ନ କରି ଉଲଂଘନ

କର ନିୟମ ପାଳନ

କୋରୋନା ରାକ୍ଷସ ହୋଇବ ବିନାଶ

ସର୍ବେ ହେଲେ ସଚେତନ ରେ ଜୀବନ

ବିଶ୍ବ ଦେଖ ବିଷମୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract