Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ବିଶ୍ଵ ଶାନ୍ତି ଦିବସ

ବିଶ୍ଵ ଶାନ୍ତି ଦିବସ

1 min
481



ବିଶ୍ଵ ସମୁଦାୟ ଶାନ୍ତି ଆବାହକ 

  ଅଦ୍ୟାବଧି  ଫଳଶୂନ , 

ଆଶଙ୍କାରେ ଆଜିସର୍ବ ବିଶ୍ଵବାସୀ 

   ଅହିଂସାର ନାହିଁ ସ୍ଥାନ ॥ 


ଜାତିସଂଘ ବାର୍ତ୍ତା ହରାଉଛି ସତ୍ତା 

   ଶାନ୍ତି ମୈତ୍ରୀ ବହୁଦୂରେ , 

ଆତଙ୍କର ଛାୟା ବିଚ୍ଛୁରିତ କାୟା 

    ନିତି ଥରହର କରେ ॥ 


ହିଂସାର ବିଲୋପ କେବେହେଵ କୁହ 

    ଅହିଂସାର ଗୁରୁମନ୍ତ୍ରେ , 

ଶାନ୍ତିରେ ବଞ୍ଚିବା ସୁଖରେ ରହିବା 

   ଲେଖାଅଛି ପରା ଶାସ୍ତ୍ରେ ॥ 


ଦିବସ ପାଳିଲେ କିଲାଭ ଭଲେ 

     ଶାନ୍ତିଏଠି ଦୁଃର୍ବିସହ , 

ସ୍ନେହଁ ସୌହାର୍ଦ୍ଦ୍ୟର ବିଶ୍ଵ ପରିବାର 

    ହିଂସାରେ ରଖିଛି ମୋହ ॥ 


ମହା ଗୁରୁମନ୍ତ୍ର  ମହାତ୍ମା କରମ 

   ଅହିଂସାର  ସୁତ୍ରଧର , 

ଆହେ ବିଶ୍ଵବାସୀ ନିଅ ଆପଣେଇ 

   ସଂକଟ ହୋଇବ ଦୂର ॥ 


ସେପ୍ଟେମ୍ବର ମାସ ତାରିଖ ଦୁଇଏକ 

    ଶାନ୍ତିର ଦିବସ ଜାଣ , 

ସରାଗ ମନରେ କୁହ ସର୍ବଜନେ 

   କରିବାନି କେବେ ରଣ ॥ 


ମଧୁମୟ ବାର୍ତ୍ତା ଶାନ୍ତିହିଁ ସଦିଚ୍ଛା 

    ପ୍ରସାରିତ ହେଵ ବିଶ୍ଵେ , 

ମାନବ କଲ୍ୟାଣ ହେଵ ମୂଳଧର୍ମ 

   କେହି ରହିବେନି କ୍ଲେଶେ ॥ 


ଆତଙ୍କର ହେଵ ମୂଳ ଉତ୍ପାଟନ 

    ସର୍ବେ ହେଲେ ଏକଜୁଟ , 

ମିଳିତ ସଂଘର ଏଇତ ଆହ୍ଵାନ 

  ଶାନ୍ତି କ୍ଷେତ୍ରେ ହୁଅ ଭେଟ ॥ 


ପରିବେଶ ରକ୍ଷା କରିବା ସହସା 

   ଜୀବେଦୟା  ମନ୍ତ୍ରଧ୍ୟାୟୀ , 

 ବୃକ୍ଷ କଳେବର କରିବାନି ଧ୍ଵଂସ 

  ହେବା ଆମେ କାଳଜୟୀ ॥ 


ସୁରମ୍ୟ ସୃଷ୍ଟିର ରମ୍ୟ ଉପହାର 

  ଏ'ଜୀବ ଜଗତ ସତ , 

ଶାନ୍ତିରେ ବସତି କଳ୍ପନାରେ ଅଛି 

  ସର୍ବେ ଆମେ ପରା ମିତ ॥ 


ପବିତ୍ର ଦିବସେ ଶୁଭ ଅବକାଶେ 

     କହୁଛି ଅନ୍ତର କଥା , 

ହେ'ଶ୍ରେଷ୍ଠ ମାନବ ଶାନ୍ତି ଦେବଦୂତ 

    ଦିଅନା ଆତଙ୍କ ବ୍ୟଥା ॥ 



Rate this content
Log in

Similar oriya poem from Inspirational