Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others

4  

Bharatabandhu Biswal

Inspirational Others

ବିଶ୍ଵ ମାତୃତ୍ଵ ଦିବସ

ବିଶ୍ଵ ମାତୃତ୍ଵ ଦିବସ

1 min
300


ବାତ୍ସଲ୍ୟ ମମତା ସ୍ନେହ ସୋହାଗର

ଅତୁଟ ବନ୍ଧନ ସ୍ମୃତି

ମାତୃତ୍ଵ ସମ୍ମାନ ସଦା ଜାଗରିତ

ଗାଏ ବିଶ୍ଵ ଜୟ ଗୀତି ।

ଇଂରାଜୀ ମେ ମାସର ନଅ ତାରିଖକୁ

ମାତୃତ୍ୱ ଦିବସ ରୂପେ

ସାଧାରଣ ଭାବେ ହୁଅଇ ପାଳିତ

ଆମରି ଭାରତ ଦେଶେ ।

ସୃଷ୍ଟିର ବିକାଶ ସୈ।ଭାଗ୍ୟ ପ୍ରତୀକ

ନାରୀର ଅଟେ ପୂର୍ଣ୍ଣତା

ଅନାବିଳ ପ୍ରେମ ମାତୃତ୍ଵ ମହତ୍ୱ

ଅମୃତ ମାତା ମମତା ।

ଆମ ସଂସ୍କାରରେ ମାତା ଗରୀୟସୀ

ସରଗ ଠାରୁ ମହାନ

ମାତା ପୂଜନୀୟା ଚିର ବନ୍ଦନୀୟା

ମାତା ସୃଷ୍ଟିର କାରଣ ।

ମାତାଙ୍କ ନିମନ୍ତେ ଘର ପରିବାର

ହସଇ ଦେଶ ଦୁନିଆ

ଫୁଟେ ଫୁଲ କଳି ମୁଖେ ମଧୁ ହାସ୍ୟ

ବଡ଼ ହୁଏ ଛୋଟ ଛୁଆ ।

ଶିଶୁର କଣ୍ଠରୁ ଗୁଲୁରୁ ଗାଲୁରୁ

ସୁନ୍ଦର ଦରୋଟି ଭାଷା

ପ୍ରାଣକୁ କରି କୋମଳ ଶୀତଳ

ବଢାଏ ଆତ୍ମ ପ୍ରତ୍ୟାଶା ।

ମାତା ହିଁ ସାକ୍ଷାତ ପରମ ଈଶ୍ୱରୀ

ମହାଶକ୍ତି ଦେବୀ ଦୁର୍ଗା

ମରଣ ଲୋକରୁ ଉଦ୍ଧରେ ଜୀବନ

ସ୍ୱଗର୍ଭେ ସହି ଯନ୍ତ୍ରଣା ।

ମାତାଙ୍କ ସମ୍ମାନ ମାତାଙ୍କ ପ୍ରତିଷ୍ଠା

ଅଟଇ ସଭ୍ୟତା ମୂଳ

ବୁଝେ ଯେଉଁ ଜାତି ହୁଅଇ ମହାନ

ମାତା ଧର୍ମ ସୁସଂସ୍କାର ।

ବୈଦିକ ଯୁଗରୁ ଆମ ସମାଜରେ

ମାତାଙ୍କ ପ୍ରତି ସମ୍ମାନ

ମୈ।ଳିକ ପରମ କର୍ତ୍ତବ୍ୟ ସ୍ୱରୂପେ

ଶିକ୍ଷା ଦାନ ବିଦ୍ୟମାନ ।

ଆନ୍ନା ଜାଭରିସ ମହାନ ବିଦୁଷୀ

ଆମେରିକା ଅଧିବାସୀ

ଅନୁଭବି ଥିଲେ ସୁନ୍ଦର ସତ୍ୟକୁ

ମହତ୍ୱ ରଖିଲେ ବେଶୀ ।

ୱେଷ୍ଟ ଭର୍ଜିନିଆ ସେଣ୍ଟ ଆଣ୍ଡ୍ରିୟୂଜ

ମେଥଡିଷ୍ଟ ଗୀର୍ଜା ଗୃହେ

ପାଳିଲେ ପ୍ରଥମେ ବିଶ୍ୱ ମାତୃ ଦିନ

ନିଷ୍ଠାପର ସୁଆଗ୍ରହେ ।

ତାଙ୍କ ଚିନ୍ତାଧାରା ହେଲା ଲୋକପ୍ରିୟ

ପୃଥିବୀର ସବୁ ଦେଶ

ପାଳୁଛନ୍ତି ଏହି ମହାନ ଉତ୍ସବ

ବିଶ୍ୱ ମାତୃତ୍ଵ ଦିବସ ।


  ------



Rate this content
Log in

Similar oriya poem from Inspirational