Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Bishwaranjan Tripathy

Abstract Inspirational Others

3  

Bishwaranjan Tripathy

Abstract Inspirational Others

ବିଶ୍ୱକପ ୨୦୧୧

ବିଶ୍ୱକପ ୨୦୧୧

1 min
44



ବିଶ୍ୱ କପ ୨୦୧୧ ଯେ ଘଟଣା ବହୁଳ,

ଗୋଟି ଗୋଟି କହୁଅଛି ମନ କର୍ଣ୍ଣ ଦେଇ ଶୁଣ।।

ଏସିଆର ୪ଦେଶ କରିଥାନ୍ତେ ଆୟୋଜନ,

ଭାରତ,ଶ୍ରୀଲଙ୍କା, ବାଂଲା ପୁଣି ପାକିସ୍ତାନ।।

ପାକିସ୍ତାନ ର ଦେଶେ ଆତଙ୍କ ପୋଷିବା ନୀତି,

ବିଶ୍ୱକପ ଆୟୋଜନୁ ବାଦ ଦେଲା ଆଇ ସି ସି।।

୪ ଦେଶ ବଦଳରେ ୩ ଦେଶେ ଆୟୋଜିତ ହେଲା,

ଏକ ମାସ ଧରି ଏହାମଧ୍ୟେ ବହୁ ଘଟଣା ଘଟିଲା।।

ମାର୍ଚ୍ଚ-୪ ତାରିଖେ ବାଂଲାଦେଶେ ଉଦ୍ଘାଟନ ହେଲା,

ଏପ୍ରିଲ-୨ ତାରିଖେ ଭାରତ ଉଦଯାପିତ କଲା।।

ଆହତ ସମସ୍ୟା ଭାରତକୁ ପ୍ରଥମରୁ ଘାରିଥିଲା,

ପ୍ରବୀଣ କୁମାର ଏହାର ପ୍ରଥମ ଶିକାର ବନିଲା।।

ବଦଳ ଖେଳାଳି ଭାବେ ଶ୍ରୀଶାନ୍ତ ଆସିଲେ,

ଶ୍ରୀଶାନ୍ତ ଆସି ଧୋନୀଙ୍କୁ ଅଶାନ୍ତ ଯେ କଲେ।।

ପ୍ରଥମ ମ୍ୟାଚ ରେ ଭାରତ-ବାଂଲା ହେଲେ ଭେଟା ଭେଟି,

ସେହ୍ୱାଗଙ୍କ ମାଡରେ ବାଂଲା ଖେଳାଳି ଚାଟୁଥିଲେ ମାଟି।।

ସବୁ ମ୍ୟାଚ ଜିତି ଜିତି ଗ୍ରୁପ ଟପର ବନିଲା ଭାରତ,

ସେହିବଳେ କ୍ବାଟର ଫାଇନାଲ ହେଲା କରାୟତ।।

କ୍ୱାଟର ଫାଇନାଲରେ କାଙ୍ଗାରୁଙ୍କୁ ଭେଟିଲା ଭାରତ,

ୟୁଭି, ରାଇନା ବଳେ ସେ ମ୍ୟାଚକୁ କଲା କରାୟତ।

କାଙ୍ଗାରୁ ପ୍ରଥମଥର ବିଶ୍ୱକପୁ ଗଲା ଯେ ବିନା ସେମିରେ,

ପଣ୍ଟିଙ୍ଗ କୁହଇ ବିଶ୍ୱକପ ଏଥର ଜିତିବ ଭାରତ ଅଚିରେ।।

କ୍ୱାଟର ଜିତି ଭାରତ ଉର୍ଣ୍ଣିତ ହୋଇଲା ସେମିକୁ,

ସେମିରେ ଭେଟିଲା ପାରମ୍ପରିକ ପ୍ରତିଦ୍ବନ୍ଦୀ କୁ।।

ପାକିସ୍ତାନ ସଂଗେ ହୋଇଲା ଯେ ମହାସର,

ସମର ଜିତିଲେ ଭାରତୀୟ ବିରବର।।

ସେମିପରେ ଆସିଗଲା ଫାଇନାଲ ବେଳ,

ସେପଟେ ଚାହିଁବସିଥିଲା ସିଂହଳି ଦଳ।।

୧୯୯୯ ବିଶ୍ୱକପ ସେମିରେ କରିଥିଲା ତ ପରାସ୍ତ,

ଧୋନି ଧୁରନ୍ଧର ଭାବିଲେ ହିସାବ କରିଦେବା ଚୁକ୍ତ।।

ଫାଇନାଲ ରେ ଶ୍ରୀଲଙ୍କା ୨୭୩ ସ୍କୋର କରିଥିଲା,

ଗମ୍ଭୀର, ଧୋନି ଙ୍କ ଇନିଂସ ଇଜ୍ଜତ ରଖିଲା।।



Rate this content
Log in

Similar oriya poem from Abstract