STORYMIRROR

Bidutprabha Mishra

Inspirational Others

4  

Bidutprabha Mishra

Inspirational Others

ବିଶ୍ୱ ହସ୍ତ ତନ୍ତ ଦିବସ

ବିଶ୍ୱ ହସ୍ତ ତନ୍ତ ଦିବସ

1 min
230


ହସ୍ତ ତନ୍ତ ଆମ ଦେଶର ଗୌରବ

କେଉଁ ଦିନୁ ଅଛି ରହି,

ଗାନ୍ଧିବାଣୀ କୁଟି ଖାଅ କାଟି ପିନ୍ଧ

ବାରତା ଥିଲେ ସେ ଦେଇ l

ବିଦେଶୀ ବସ୍ତ୍ର କୁ ବରଜନ କରି

ଅରଟରେ ସୂତା କାଟି,

ହାତରେ ତାହାକୁ ବୁଣି ପିନ୍ଧୁଥିଲେ

ରହିଛି ତାହାର ସ୍ମୃତି l

ଆଦିମ ଯୁଗରେ ପତ୍ର ଓ ବକଳ

ମାନବ ଯେ ପିନ୍ଧୁଥିଲେ,

କ୍ରମେ ସୂତା କାଟି ଲୁଗା ବୁଣି ତାକୁ

ବ୍ୟବହାର ସେଯେ କଲେ l

ପରେ କଳ ବୁଣା ଲୁଗା ବ୍ୟବହାର

ଇଂରେଜ ଶାସନ ବେଳେ,

ହାତ ତିଆରି ଲୁଗା ପିନ୍ଧିବାକୁ

ଗାନ୍ଧିଜୀ ଡାକରା ଦେଲେ l

ଆମ ସମ୍ବଲପୁରୀ ପାଟଆଉ ମଠା

ଜଗତେ ଆଦର ପାଏ,

ଓଡ଼ିଶାର ହସ୍ତ ତନ୍ତ କାରିଗରୀ 

ଚାହିଦା ଟି ବଢ଼ି ଯାଏl

ହସ୍ତ ତନ୍ତ ଲୁଗା ଅତି ମଜଭୁତ

ପୁଣି ସେ କୁଟୀର ଶିଳ୍ପ,

ଘରେ ଘରେ ବସି ବୁଣିଥାନ୍ତି ତାକୁ

ଆମ ବୁଣାକାର ଲୋକ l

ହସ୍ତ ତନ୍ତକାମ ପ୍ରୋତ୍ସାହନ ପାଇଁ

ଅଗଷ୍ଟ ସାତ ର ଦିନ,

ବିଶ୍ୱ ସ୍ତର ରେ ହସ୍ତ ତନ୍ତ ଦିବସ 

ଭାବେ କରିଲେ ପାଳନ l

ଉଣେଶ ପନ୍ଦରୁ ଏହି ଦିବସକୁ 

ପାଳନଆରମ୍ଭ କରି,

ଦେଶେ ହସ୍ତ ତନ୍ତ ବିକାଶସାଧନ 

ଏହି ଆଶା ଟିକୁ ଧରି l

ଶ୍ରେଷ୍ଠ ବୁଣାକାରେ ପୁରସ୍କାର ଦେଇ

ସମ୍ମାନିତ କରାଗଲେ,

ଆଗ୍ରହଟି ବଢିଯିବ ସେମାନଙ୍କ

କାର୍ଯ୍ୟ କରିବାକୁ ଭଲେ l

ଯନ୍ତ୍ରପାତି ସବୁ କିଣିବାର ପାଇଁ

ରିହାତି ପ୍ରଦାନ କରି,

ସମବାୟ ସଂସ୍ଥା ମାଧ୍ୟମେ ବିକିଲେ

ହେବ ତାହା ଉପକାରୀ l

ଆମ ପ୍ରଭୁ ସ୍ୱୟଂ ଶ୍ରୀ କ୍ଷେତ୍ର ର ନାଥ

ପିନ୍ଧନ୍ତି ଖଣ୍ଡୁଆ ପାଟ,

ବୁଣାକାର ସେବକ ଯୋଗାଇ ଦିଅନ୍ତି

କରି କେତେ ଶୁଚିବନ୍ତ l

ଦେହକୁ ହାଲୁକା ପ୍ରାଣକୁ ଶୀତଳ

କରିଥାଏ ତନ୍ତ ବସ୍ତ୍ର,

ବ୍ୟବହାର କଲେ ରୋଗ ଦୂର କରେ

ଆତ୍ମାକୁ କରଇ ପୂତ l

ଆମ ହସ୍ତ ତନ୍ତ ବଞ୍ଚାଇ ରଖିବା

କରି ତାର ବ୍ୟବହାର 

ଦେଶର ସମ୍ପତ୍ତି ଦେଶରେ ରହିବ

ବିକାଶ ହେବ ଦେଶର ll



Rate this content
Log in

Similar oriya poem from Inspirational