STORYMIRROR

Writer Roja Panda

Inspirational

2  

Writer Roja Panda

Inspirational

ବିଶ୍ୱ ବନ୍ଦନୀୟା ମାଆ

ବିଶ୍ୱ ବନ୍ଦନୀୟା ମାଆ

1 min
14.4K




ହେ ମାଆ, ବିଶ୍ୱ ବନ୍ଦନୀୟା ମାଆ

ସନ୍ତାନର ଏକା ତୁହି ସାହା

ତୋ ବିନା ନାହିଁ ଅନ୍ୟ ରାହା

ବିପଦ ଆସିଲେ ତୋର ମୁହଁ ମନେପଡେ

ପଣତେ ଲୁଚେଇଦେଲେ ଦୁଃଖ ଯାଏ ଦୂରେ

ତତେ ଛାଡିଦେଲେ, ବାକି ସବୁ ମିଛ ମାୟା

ହେ ବିଶ୍ୱ ବନ୍ଦନୀୟା ମାଆ I

ମାପି ହେବ ନାହିଁ ତୋର ମମତାର ମୂଲ

କାହାର ସକତି ନାହିଁ କରିବାକୁ ତୁଲ

ବକ୍ଷରୁ ତୋ ଝରୁଥାଏ ଅମୃତର ଧାର

ଅଧରୁ ନିସ୍ପୃତ ହୁଏ ବଚନ ମଧୁର I

ତୋଠାରୁ ଏ ସୃଷ୍ଟି ପରା ହୋଇଛି ଆରମ୍ଭ

ତୋହରି ପାଖରେ ଜ୍ଞାନ ହୁଅଇ ପ୍ରାରମ୍ଭ I

ସେଥିପାଇଁ ଆଦ୍ୟ ଗୁରୁ ଭାବେ ତୁହି ଗଣା

ଶିକ୍ଷା ବଦଳରେ କେବେ ନମାଗୁ ପାଉଣା I

ହେ ମାଆ, ବିଶ୍ଵବନ୍ଦନୀୟା ମାଆ

ବାଣ୍ଟୁ ତୁହି ସେନେହର ଫୁଲ

ନାହିଁ ତୋ ପାଖେ ପାତର ଅନ୍ତର

ହୃଦୟ ତୋ ଦୟାର ସାଗର

ଆତ୍ମା ତୋର ନଦୀ ପରି ଧୀର

କୁପଥରେ ଚାଲିଗଲେ ମାଆ

ଦେଖାଉ ତୁ ହାତ ଧରି ରାହା

ହେ ବିଶ୍ୱ ବନ୍ଦନୀୟା ମାଆ I

ହେ ବିଶ୍ୱ ବନ୍ଦନୀୟା ମାଆ I



ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର, ମଧୁପାଟଣା କଟକ- ୭୫ ୩୦୧୦

E Mail: roja.saumya@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational