STORYMIRROR

Binodini Dash

Inspirational

4  

Binodini Dash

Inspirational

ବିଶ୍ୱାସ

ବିଶ୍ୱାସ

1 min
388


ସଂସାର ପଥରେ ଜୀବନ ରଥରେ

ବିଶ୍ବାସ ଦଉଡ଼ି ଭିଡ଼ି

ଚାଲଇ ମଣିଷ ଆଶା ଭରସାରେ

ଆଗକୁ ଆଗକୁ ବଢ଼ି

ସାଧିବାକୁ କରମ

ସେଥିରୁ ସୁଫଳ ମିଳୁ ବା ବିଫଳ

ଗଡ଼ିବାକୁ ମାନି ଧର୍ମ 

ପରିସ୍ଥିତି ସମ ବା ବିଷମ ।


କେବେ ସେ ଦଉଡ଼ି ଯେବେ ଯାଏ ଛିଡି

ମନ ଆକାଶେ ହତାଶ

ବିଷାଦ ବାଦଲ ହୋଇ ଢଳଢଳ 

ଲିଭିଯାଏ ଖୁସି ହସ

ଭିଜଇ ଆଖିପତା

ସତେ କି ଆଶରା ଶ୍ରାବଣୀ ଅସରା

ବଢ଼ିଯାଏ ମନେ ଚିନ୍ତା

ସେଥେ ହଜଇ ବି ନିଜ ସତ୍ତା ।


ଅଢେଇ ଦିନିଆ ପରା ଏ ଦୁନିଆ

ବିଶ୍ବାସ ସାଥିରେ ଘର

ତୋଳି ରହିଥିଲେ ସୁଦୃଢ଼ ପିଣ୍ଡିରେ

ଛିଡିବନି କେବେ ଡୋର

ଅବିଶ୍ବାସର ବିଷ

କାହିଁକି ଭରିଣ କରୁଥିବା ଋଣ

ଯାହା ହରିବ ହରଷ

ଜୀବ ପାଇଁ ହେବ କର୍ମ ଦୋଷ ।


ଧନଠାରୁ ବଡ଼ ବିଶ୍ବାସର ବାଡ଼

ଦୃଢେ ତାହାକୁ ଘେରାଇ

କିଆଁ ଆମେ ଚଳୁନଥିବା ନିଇତି

ସମ୍ପର୍କରେ ବାନ୍ଧି ହୋଇ

ସେଠି ନଥାଏ ଭୟ

ଜୀବନ ଲାଗିଇ ଅତି ମିଠାମିଠା

ଆହା କେଡ଼େ ମଧୁମୟ

ତୋଳୁଥିବା ବିଶ୍ବାସର ଜୟ ।




Rate this content
Log in

Similar oriya poem from Inspirational