STORYMIRROR

Satyabati Swain

Tragedy

3  

Satyabati Swain

Tragedy

ବିଡ଼ମ୍ବନା

ବିଡ଼ମ୍ବନା

1 min
203

ଏଇ କଣ ଗୋଟେ

ଝିଅ ଜୀବନର ବିଡ଼ମ୍ବନା !

ମନ ତଳେ ଆଙ୍କିଥିବା

ମନ ମଣିଷର ରେଖା ଚିତ୍ର

ତାଳମେଳ ଖାଏ ନାହିଁ କିଆଁ 

ତାକୁ ବାପା ଭାଇ ପସନ୍ଦ ସୂତ୍ରରେ

ମିଳିଥିବା ଅଦେଖା ହାତ ଓ ଭାଗ୍ୟର ମଣିଷ ସହିତ !


ମନ ନ ମାନିଲେ ମଧ୍ୟ

ଅନିଚ୍ଛା ସତ୍ତ୍ୱେ

ଆପଣେଇ ନେବାକୁ ବାଧ୍ୟ ସେ

ସେଇ ଭଲ ଲାଗୁ ନ ଥିବା ମଣିଷକୁ।


ମହାଦେବ ପରି

ପିଇବାକୁ ହେବ

ସମସ୍ତ ଗରଳ ।


କୁହୁଳିବାକୁ ପଡିବ

ଜୀବନ ତମାମ

କୃତ୍ରିମ ହସି

ପ୍ଲାଷ୍ଟିକ ଗୋଲାପ ପରି।



Rate this content
Log in

Similar oriya poem from Tragedy