Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

ବିରହୀ ଚଇତି

ବିରହୀ ଚଇତି

1 min
207



ପ୍ରଶାନ୍ତ ବସନ୍ତେ ଅଶାନ୍ତ ମଳୟ

ଫୁଲେଇ ଫଗୁଣ ଦେଖି,

ମଧୁ ମାସେ ମଧୁ ମଧୁରତା ରସେ

ମଧୁ ସଞ୍ଚେ ମଧୁମକ୍ଷୀ ।


ପରାଗେ ସଜାଗ ପରଜାପତି ର

ପର ତା' ସରାଗ ଅତି,

କମଳ କୋମଳ କାତରତା ତା'ର

ପାଖୁଡ଼ା ଖୋଜେ ତା' ସ୍ଥିତି ।


ଭ୍ରମରେ ଭ୍ରମର ଭ୍ରମିତ ମତି ତା'

ତତ୍ପର ପୁଷ୍ପିତା ଜାଗି,

ଆବେଗେ ସ'ବେଗ ସଙ୍ଗମ ମାନସ

ସୁରସ କର୍ଷଣ ଲାଗି ।


ଫୁଲେଇ ଫୁଲ'ଟା ଫଗୁଣେ ଫୁଟିଛି

ଫୁଟାଇ ଫୁକିଆ ତୋରା, 

ନବ ପଲ୍ଲବିତ ପାଦପେ" ପାଦପ' 

ପତରେ କାକର ଭରା ।


ଫଗୁଣ ଛୁଆଁ ର ଦିଗୁଣ ଚମକ

ବସନ୍ତ ମଳୟ ଛଳେ,

ଚୋରା ଚଇତି'ଟା ମଳୟ ବିରହୀ 

ବୈଶାଖ ସ୍ପର୍ଶତା ବଳେ ।


Rate this content
Log in

Similar oriya poem from Classics