ବିରହ
ବିରହ
ବାଟ ଚାହିଁ ଚାହିଁ ଅଙ୍ଗରାଗ ବାସି
ସପନେ ସପନେ ପାହିଯାଏ ନିଶି ,
ପ୍ରୀତି ଝୁରେ ଦୁଃଖୀ ପରାଣ ,
କହିଦେ ରେ ଥରେ ଫଗୁଣ,
କେବେ ସେ ଆସିବେ ?ମୋ ରାଣ,
ମଉଳି ଯାଏ ମୋ କବରୀ କୁସୁମ
ବିରହ ବେଦନା କେତେ ଯେ ନିର୍ମମ ,
ସହି ହୁଏ ନାହିଁ ସହୀ …….
ସଜଳ ଆଖିର କଜଳ ର ରେଖା
ଲୁହରେ ଯାଏ ଯା ଧୋଇ ,
ବେଦନା ଜଡିତ ହୃଦୟର ଦୁଃଖ
କାହାକୁ ହୁଏ ନା କହି ..
ବୁଝିଲେ ବୁଝିବେ ଅନ୍ତର ବେଦନା
ଜହ୍ନ ଆଉ ନୀଳ କଇଁ .. ।।
ତପନ ଦୀକ୍ଷିତ(ବେଳାଭୂମି) ୨୨.୧୧.୨୦୧୭
ନାଶିକେଶ୍ୱର, କାକଟପୁର, ପୁରୀ