Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Romance

3  

Tikeshwar Sahu

Romance

ବିରହ

ବିରହ

1 min
200



ବିରହର ଦାବାନଳେ ଜଳିଯାଏ ମନ,

ହାରିଯାଏ ଦେହମନ ହାନିହୁଏ ଧନ |୧|


ଦୂର ନଈ ସେପାରିରେ ଚକୋରକୁ ଖୋଜେ,

ବିରହର ବେଦନାରେ ଭାଜିଭାଜି ହଜେ |୨|


ସମ୍ଭାବନା କୃତଜ୍ଞତା କିଛିନାଇଁ ମାନେ,

ସବୁଆଶା ଭରସାର ତୁଟିଯାଏ କ୍ଷଣେ |୩|


ମଉଳିଲା ସଜଫୁଲ ବାସିହେଲା ମଧୁ,

ବିରହିଣୀ ବିଧୂରିତ କାଳହେଲା ବଧୁ |୪|


ଦୂରଦେଶୀ ପ୍ରିୟବନ୍ଧୁ କରିଦେଇ ପର,

ଅକାଳରେ ବାନ୍ଧିଦେଲ ବିରହିତ ସ୍ବର |୫|


ମନଝୁରେ ଦେହଝୁରେ ଝୁରେ ମନ ଶାରୀ,

ପ୍ରିୟ ମୁହଁ ମୃଗତୃଷ୍ଣା ହୋଇଯାଏ ମରି |୬|


ବିରହରେ ବିରହିଣୀ ପ୍ରିୟସାଥି ଖୋଜେ,

ଏପାଖରେ ବିରହର ମୃଦୁମନ୍ଦ ନାଦେ |୭|



Rate this content
Log in

Similar oriya poem from Romance