STORYMIRROR

Sambit Srikumar

Tragedy

4  

Sambit Srikumar

Tragedy

ବିପତ୍ତିର ଚିତ୍ରପଟ୍ଟ

ବିପତ୍ତିର ଚିତ୍ରପଟ୍ଟ

1 min
281


ଦାରୁଣ ବିପତ୍ତିକୁ ସୁଯୋଗରେ କରି ପରିଣତ

ଚତୁର ବଣିକ ଯେ' କରନ୍ତି ଜନଧନ କରଗତ

ଲୁଟି ନିଅନ୍ତି ଛଳରେ ପରସ୍ୱ ସର୍ବସ୍ୱ ରାଜସ୍ୱ 

କାହାର ପୁଷମାସ ତ ଆଉ କାହାର ସର୍ବନାଶ!!


କିଏ ହାରେ ରୋଜଗାର ଜୀବିକା ବଞ୍ଚିବାର ରାହା

କିଏ ହାରେ ପ୍ରିୟ ପରିଜନ ଭାଇ ବନ୍ଧୁ ସଖା ଦାରା

କିଏ ପୁଣି ହାରେ ପ୍ରାଣ ଆପଣାର ଜୀବନ ଯୁଦ୍ଧରେ

ହାରି ହାରି କିଏ ହୁଏ ସର୍ବସ୍ୱାନ୍ତ ଦୁନିଆଁ ଦାଣ୍ଡରେ!!


ଏଇ ଯେଉଁ ବିପତ୍ତିର ଲେଉଟାଣି ତରଙ୍ଗାୟିତ ସ୍ରୋତ 

ପରସ୍ୱ ହରଣ ନିମନ୍ତେ ରାଜପଥ କରିଛି ଉନ୍ମୁକ୍ତ ପ୍ରଶସ୍ତ 

ସ୍ୱାସ୍ଥ୍ୟସେବା ନାମେ ଚାଲିଛି ଲୁଟିଖିଆଙ୍କ ମହୋତ୍ସବ 

ବିନା ଚିକିତ୍ସା ବିନା ଔଷଧିରେ ରୋଗୀ ହୁଏ ହନ୍ତସନ୍ତ!!


କ୍ଷୁଧାର ଜ୍ଵାଳାରେ ଶ୍ରମଜୀବି ଚାଲୁଅଛି ଅସରନ୍ତି ବାଟ

ଶ୍ମଶାନେ ଜ୍ୱଳନ୍ତ ଜୁଈର ଅନଳ ତିଳେ ହେଉନାହିଁ ଶାନ୍ତ 

ଚତୁର୍ଦ୍ଦିଗେ ନିସ୍ତବ୍ଧତାର ରାଜୁତି ଭୟର ଅଖଣ୍ଡ ଆଧିପତ୍ୟ 

ପରୋପକାର ସେବାଧର୍ମ ମାନବିକ ମୂଲ୍ୟବୋଧ ଭୂଲୁଣ୍ଠିତ!!


ହରିଲୁଟ୍ କଳାରେ ଅଟନ୍ତି ଯେତେକ ବ୍ୟବସାୟୀ ସିଦ୍ଧହସ୍ତ 

ଲୁଟପାଟ କରିବା ପାଇଁକି ବିପତ୍ତି ଆଣିଛି ସୁବର୍ଣ୍ଣ ସୁଯୋଗ 

ଦିବାରାତ୍ର ସଦାସର୍ବଦା ତତ୍ପର କରିବାକୁ ସଠିକ୍ ଉପଯୋଗ 

ବାହୁଡ଼ିବା ବେଳେ ନେବେ ବୋହି ସ୍ୱର୍ଗପୁରେ ସମସ୍ତ ସମ୍ପଦ!!


ଜୀବନ ମୃତ୍ୟୁ ମଧ୍ୟରେ ଚାଲିଛି ଲୁଚକାଳି ଖେଳ ଅନବରତ 

ତ୍ଵରିତ ଫଇସଲା କରୁଛି ଶ୍ଵାସ କିଏ ମଣିଷ କିଏ ଖାଲି ଘଟ

ଏଠି ଅଘୋଷିତ ଜରୁରୀକାଳୀନ ପରିସ୍ଥିତିର କଟକଣା ଛାଟ 

ଯେ' କେହି ବି ଓଗାଳିବ ସତ ହୋଇବ ନିଶ୍ଚେ ତା'ର ମୁଣ୍ଡକାଟ!!



Rate this content
Log in

Similar oriya poem from Tragedy