STORYMIRROR

Anirudha Kund

Classics

3  

Anirudha Kund

Classics

ବିପଦୁ ଦିଅ ଉଦ୍ଧାରି

ବିପଦୁ ଦିଅ ଉଦ୍ଧାରି

1 min
82

ଭବ ସାଗରରେ ପାଦ ମୁ୍ଁ ଦେଇଛି

   ସଂସାର ନାଆକୁ ଧରି

କାତ ମାରୁ ମାରୁ ନାଆଟା ଦୋହଲେ

    କାତରେ ଯାଉଛି ଥରି॥୧॥


କାମନା ବାସନା ପ୍ରିୟା ପିରତିରେ

    ଦେଲା ସମ୍ମୋହିତ କରି

ନାନା ଢଙ୍ଗେ ପୁଣି ମଙ୍ଗଟା ମୋଡୁଛି

   ମୋହ ମାୟାର ନାଉରି ॥୨॥


ହେଜିଲା ବେଳକୁ ମଝି ଦରିଆରେ

   ଖେଳୁଛି ଚକା ଭଉଁରି

କବଳିତ କରି ନେଇଅଛି ମୋତେ

   ତୋତେ ମୁଁ ଗଲି ପାଶୋରି ॥୩॥


 ନାଆରେ ମୋହର ପାଣି ପଶିଯାଏ

   ଯାଉଅଛି ମୁହିଁ ଡରି

ଆକୁଳେ ଡାକୁଛି ବିକଳ ମନରେ

   କରିଦିଅ ମୋତେ ପାରି ॥୪॥


 ଭଜି ତୋର ନାମ ଯାଉ ଏ ଜୀବନ

    ମାୟାର କୋଳୁ ନିସ୍ତରି

ଯୁଗେ ଯୁଗେ ଉଡୁ ପତିତ ପାବନ 

   ବାନାର କିରତି ଶିରୀ ॥୫॥


କେତେ ସଂକଟରୁ କାହାକୁ କେତେ ତୁ

   ରଖିଲୁ ସାରଙ୍ଗଧାରୀ

ଯୋଡି ହସ୍ତେ ମୁହିଁ କରୁଛି ଗୁହାରି

    ବିପଦୁ ଦିଅ ଉଦ୍ଧାରି ॥୬॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics