ବିପଦକୁ ନିମନ୍ତ୍ରଣ
ବିପଦକୁ ନିମନ୍ତ୍ରଣ
ଜୀବନର ଗତି ପଥେ ବ୍ୟତିକ୍ରମ
ଆପଦ ବିପଦ ଆଣେ
ଚତୁପାର୍ଶ୍ୱେ ଚେତି ଭ୍ରମଣ କରନ୍ତି
ସୁଯୋଗେ ଗ୍ରାସଇ ଜନେ ।।
ହେଉ ସେ କୁତ୍ରିମ ପକୃତି ବୈଷମ୍ୟ
ଆକର୍ଷଣ ବିକର୍ଷଣ
ଧୈର୍ଯ୍ୟ ଓ ସାହାସ ବିଚାର ବିମର୍ଷ
ସଦା ସାଜେ ରାମବାଣ ।।
ସୁନୀଳ ଆକାଶେ ଝଡ ତ ପ୍ରକାଶେ
ଥମି ଯାଏ କିଛି କ୍ଷଣେ
କଅଁଳ କିରଣ ମଳୟ ପବନ
ବିଛୁରିତ ପ୍ରତି କୋଣେ ।।
ଯାହା ସେ ବିଗାଡେ ପକୃତି ସଜାଡେ
ଫେରି ଆସେ ପୁନର୍ବସ୍ଥା
ଧୈର୍ଯ୍ୟହରା ଭୟେ ଧୈର୍ଯ୍ୟକୁ ହରାଏ
ହରାଏ ନିଜତ୍ୱ ଆସ୍ଥା ।।
ଘରଟେ କରୁଛେ ବିପଦ ଡ଼ାକୁଛେ
ସର୍ଟ ସର୍କିଟ ବିଷମ
ଅସାବଧାନତା କରେ ହଟହଟା
ହଜିଯାଏ କା'ର ପ୍ରାଣ ।।
ଗ୍ୟାସ ରନ୍ଧନର ମୁଖ୍ୟ ଉପଚାର
ହେଲାଣି ପ୍ରତ୍ୟେକ ରୁଚି
ବେହୁସିଆରଟି ଆଣଇ ଡାକିଟି
ମରଣ ଫାନ୍ଦକୁ ରଚି ।।
ଗାଡି ଚଳାଉଛେ ମଦ ବି ପିଉଛେ
ବେହୁସିଆରରେ କେତେ
କେ ହୁଏ ଅକ୍ଷମ କାର ଯାଏ ପ୍ରାଣ
ବୁଝେନା ଅବୁଝା ଯେତେ ।।
ଜଙ୍ଗଲ କାଟିଲେ ବିଲ୍ଡିଙ୍ଗ ଗଢିଲେ
ପକୃତିରେ ବୈଷମ୍ୟତା
ଅଦିନରେ ବାତ୍ୟା ବନ୍ୟା ଘୂର୍ଣ୍ଣିବାତ୍ୟା
ବିଗାଡ଼ଇ ସୌନ୍ଦର୍ଯ୍ୟତା ।।
ଘୁରୁଛି ବିପଦ ଆମ ଚତୁର୍ଦ୍ଦିଗ
ଆସେ ଅଣ ହୁସିଆରେ
ଦୁଃଖ ଓ ଯନ୍ତ୍ରଣା କରେ ବାଟ ବଣା
ଭରି ଯାଏ ହାହାକାରେ ।।
କରେ ଆମନ୍ତ୍ରଣ ବିପଦକୁ ଜନ
ଯାଉଥାଏ ତା ବାଟରେ
ଅବୁଝା ମଣିଷ ବୁଝେନା ତା ବିଷ
କହ ମହ ହୋଇ ମରେ ।।