STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ବିନମ୍ର ପ୍ରଣତି ମାଆ

ବିନମ୍ର ପ୍ରଣତି ମାଆ

1 min
129


ଉଡୁ ସିଂହଧ୍ୱଜ   ବିଜୟ ସୁରଥେ

    ଅବତର ମା' ବିରଜା

ଜୟ ମା ଭବାନୀ  ଜଗତ ଜନନୀ

    ଜୟ ଜୟ ଦେବୀ ଦୁର୍ଗା ।


ତୁମେ ବ୍ରହ୍ମସୂତା   ଶକ୍ତି ସମ୍ଭୁତା

    ଭକ୍ତି ମୁକ୍ତି ସିଦ୍ଧି ଦାତ୍ରୀ

ତୁମେ ଶ୍ୟାମା ଶୁଭ୍ରା  ମାହେଶ୍ୱରୀ ଭଦ୍ରା

    ମହାଗୈ।ରୀ କାଳରାତ୍ରୀ ।


ବରଦା ସୁଖଦା    ଗଣ ସ୍କନ୍ଦମାତା

     ଶୁଭଙ୍କରୀ କାତ୍ୟାୟନୀ

ନିର୍ଝର ବୈଷ୍ଣବୀ   ବିରଜେ ବିମଳେ

     ମହା ସରସ୍ୱତୀ ଲକ୍ଷ୍ମୀ ।


ଜୟା ମହାବଳା   ଶାକାମ୍ବରୀ ଦୁର୍ଗେ

     ସାମ୍ଭବୀ ସିଂହବାହିନୀ

ପଦ୍ମପାଦେ ମାଆ    ବିନମ୍ର ପ୍ରଣତି

     ରୁଦ୍ରାଣୀ ଜୟ ଶିବାନୀ ।

        


Rate this content
Log in

Similar oriya poem from Inspirational