ବିନିଯୋଗ କରିବା ମନ ଉଚିତ କାର୍ଯ୍ୟର
ବିନିଯୋଗ କରିବା ମନ ଉଚିତ କାର୍ଯ୍ୟର
ପ୍ରକୃତିରୁ ପାଇଛେ ସର୍ବ
ବଞ୍ଚିବାର ରାହା
ଜଳ, ବାୟୁ, ମାଟି ଓ
ଆଲୋକର ସାହା ।
ସମାଜକୁ ନେଇ ଚଳୁଛେ
ସଂସାରରେ,
ରହିଛି ସ୍ନେହ, ପ୍ରେମ ଆମ
ହୃଦୟରେ ।
ମୂରୁଖ ସ୍ଵଭାବରେ ହରାଇଲ
ବିଚାର ଶକ୍ତି।
ଅହଙ୍କାର ଭାବନାରେ କରିଲ
ବହୁ କ୍ଷତି ।
ନମାନିଲ ନିୟମକୁ ଯମା,
ଜୀବନ ଜଳୁଛି
ଜଳୁଛି ପୃଥିବୀ, ହା ହା କାର
ପଡୁଅଛି ।
ପ୍ରକୃତିକୁ କଲ ଅପଭ୍ରଂଶ, ଗଛ
ଆଉ ନାହିଁ
କଂକ୍ରିଟର ଜଙ୍ଗଲରେ ଜୀବନ
ଆଉଟି ହୁଅଇ ।
ଗରମ ପବନ ପ୍ରବାହେ ଜଳୁଛି
ଦୁନିଆଟା
ନାରଖାର ଏଠି ହୁଏ ମଣିଷର
ଜୀବନଟା ।
ଚାରିଆଡ଼େ ଚିତାଭସ୍ମ, କେମିତି
ରହିବା
ଢଳଢଳ ଡହଳ ବିକଳରେ
କିପରି ଚଳିବା ।
ବିନିଯୋଗ କରିବା ମନ ଯଦି
ଉଚିତ କାର୍ଯ୍ୟରେ
ଦୁଃଖୀର ସାହାରା ହେଲେ ପ୍ରାଣ
ସାର୍ଥକ ହୁଏରେ ।
ନିଜ ସ୍ୱାର୍ଥ ପାଇଁ ଦେବାନି ବଳି
ଅନ୍ୟ ସ୍ୱାର୍ଥକୁ ,
ଜୀବନରେ ପାଇବାନି କେବେ
ହେଁ ଶାନ୍ତିକୁ ।
କ୍ଷମତାରେ ବାଇ ହୋଇ ଧରାକୁ
ମଣ ସରା
ଘାତକ ବୁଦ୍ଧିରେ ପରିବେଶ ବହୀନ
କଲ ଧରା ।
ବିନ୍ଦୁ ବିନ୍ଦୁ ଜଳ ମିଶି ସମୁଦ୍ରର ହୋଇ
ଥାଏ ଜାତ
କଥାକୁ କାର୍ଯ୍ୟରେ ପାଳିଲେ ଯାଇଁ ହେବ
ଆମ ହିତ ।
ଚାରିଆଡ଼େ ଏଠି ଖାଲି ଶୋଷ
ଆଉ ଶୋଷ
ଗଛ ଲଗାଇ ସମସ୍ତେ ଆଣିବା
ଜୀବନ ପିୟୁଷ ।
ସଜାଡିବା ପରିବେଶ ପକାଇବା
ଆଜିକୁ ଅତୀତ ଫର୍ଦରେ,
ସାଉଁଟିବା ସୁଖର ପଥକୁ ନୂତନ
ଚେତନାରେ ।
