STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ବିନ୍ଦୁଏ ଜଳ

ବିନ୍ଦୁଏ ଜଳ

1 min
327

ଜୀବଙ୍କ ଜୀବନ ମୋ ନାମ ଜୀବନ

ଦରକାର ସଭିଙ୍କର

ମୋ ବିନା ସଂସାରେ ରହିବା ବିଧିରେ

ହୋଇଥାଏ କାଠିକର।

ଅଧିକ ହୋଇଲେ ଅବା କମିଗଲେ

ଖେଳିଯାଏ ହାହାକାର

ସମସ୍ତ କାର୍ଯ୍ୟରେ ଲୋଡା ପଡ଼ିଥାଏ

କରିଥାଏ ଉପକାର।

ଅମ୍ଳଜାନ ସହ ଉଦଜାନ ଯୋଗ

ଅଟେ ମୋ ଏନ୍ତୁଡ଼ିଶାଳ

ଦ୍ବିତୀୟଟି ଜଳେ ପ୍ରଥମ ଜଳାଏ

ହୁଏ ମୁଁ ଅନଳ କାଳ।

କମିବାରୁ ସ୍ତର ଖେଳେ ହାହାକାର

ଅନର୍ଥ ହୁଏ ପୃଥିରେ

ଲାଗେ ଲମ୍ବା ଧାଡ଼ି କାମ ଧନ୍ଦା ଛାଡି

ରହିଥାନ୍ତି ଅପେକ୍ଷାରେ।

ବୃକ୍ଷ ମୋ ଜୀବନ ହୋଇବାରୁ ଶୂନ୍ୟ

ସ୍ତର ମୋର ଯାଏ କମି

ଛେଦନ ନକର ହେବ ଦୁଃଖ ଦୂର

ଚେରତା ରଖିବ ଟାଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract