STORYMIRROR

Bharatabandhu Biswal

Classics Inspirational Children

3  

Bharatabandhu Biswal

Classics Inspirational Children

ବିମଳ ପ୍ରଭାତ

ବିମଳ ପ୍ରଭାତ

1 min
234


ଦୁଗ୍ଧ ଫେନ ନିଭ ଭୂବନ ବୈକୁଣ୍ଠ 

   ଅନନ୍ତ ଶୟନେ ପ୍ରଭୁ 

ଚର୍ତୁଭୂଜେ ଶଙ୍ଖ  ଚକ୍ର ଗଦା ପଦ୍ମ 

   ସୁଶୋଭିତ ମହାବାହୁ । 

ତୁମରି ଆଜ୍ଞା ରେ ଜାତ ବ୍ରହ୍ମା ଶିବ

   ସୁନ୍ଦର ସୃଷ୍ଟି ସର୍ଜନା

ତୁମେ ସୂରୁଜର ଉଜ୍ଜ୍ବଳ କିରଣ

   ଚନ୍ଦ୍ରମା ତାରା ଜୋଛନା ।

ନର ପଶୁ ପକ୍ଷୀ କୀଟ ତରୁ ଲତା

   ସ୍ଥାବର ଜଙ୍ଗମ ରୂପେ

ବିଦ୍ୟମାନ ତୁମେ କରୁଣା ନିଧାନ

   ଧରା ସାଗର ଆକାଶେ ।

ତୁମେ ଜ୍ୟୋତି ରୂପ ଜ୍ଞାନ ଓ ବିବେକ

   ପରମ ଶ୍ରେଷ୍ଠ ଉତ୍ତମ

ତୁମେ ଯୋଗ ଧ୍ୟାନ ଦିବ୍ୟ ତତ୍ତ୍ଵ ବ୍ରହ୍ମ

   ତୁମେ ଧରମ କରମ ।

ବାୟୁ ଜଳ ତେଜ ସ୍ୱଚ୍ଛନ୍ଦେ ପ୍ରବହେ

  ଜୀବନ ହୁଏ ଉନ୍ମେଷ

ତୁମେ ଆଦିମୂଳ ସର୍ବ ନିୟାମକ

  ସକଳ ଆରମ୍ଭ ଶେଷ ।

ସତ ରଜ ତମ ରୂପ ରସ ଗନ୍ଧ

  ଶକତି ସର୍ବ ସମ୍ଭାର

କରମ ଉଦ୍ୟମ ଅଧ୍ୟାତ୍ମ ବିଦ୍ୟା

  ତୁମେ ଜୀବନ ଓଁକାର ।

ଆସ ଅବତରି ଲୀଳା ମୟ ପ୍ରଭୁ

  ନାଶ ତମ ଭବ ଅବଗୁଣ

ବିମଳ ପ୍ରଭାତେ ବିକଶୁ ଦିବ୍ୟତା

  ଉଲ୍ଲସେ ଜୀଉ ସାଧୁଜନ ।



Rate this content
Log in

Similar oriya poem from Classics