STORYMIRROR

Satyabati Swain

Inspirational

3  

Satyabati Swain

Inspirational

ବିକଶିତ ପଥେ ପ୍ରଗତି ରଥେ

ବିକଶିତ ପଥେ ପ୍ରଗତି ରଥେ

1 min
13.6K


ବସୁଧାର ଧଇଁ ବନ୍ଦ ହେଉ ନାହିଁ

ତାତିରେ ଫୁଟୁଛି ଦେହ

ଅଜାଗା ଘା’ ଦେଖାଇ ପାରୁନି

ଏ ଦଣ୍ଡ ଦେଉଛି ତା ପୁଅ।।

ଚାପ ପରେ ଚାପ ଖାଲି ଲଘୁ ଚାପ

ମୌସୁମୀ ଯାଏ ରାଗି

ସୁଧାର ପିଲାଟା ପାଣିପାଗ ଦେଖ

କ୍ରୋଧେ ସାଜିଲାଣି ଦାଗି।।

ଲୁ ସୁନାମୀ ହୁଡ଼ ହୁଡ଼ ପୁଣି

ଥରାଇ ଦିଅନ୍ତି ଛାତି

ଅଂଶୁଘାତ କ୍ଳେଶ ଭୂମି କମ୍ପ ତ୍ରାସ

ଦିନୁ ଦିନୁ ବଢେ ତାତି।।

ଶ୍ଵାସ,ଯକ୍ଷ୍ମା, ଡେଙ୍ଗୁ ପ୍ରବଳ ହୁଅନ୍ତି

ବୁଲନ୍ତି ଯେପରି ଷଣ୍ଢ

କଳକାରଖାନା ଗାଡି ମଟର ବିଷାକ୍ତ ଧୂଆଁ

ନିତି ପ୍ରତି ନିଏ ମୁଣ୍ଡ।।

ଘଞ୍ଚ ଜଙ୍ଗଲ ଥିଲା ଯହିଁ ଏବେ

କଂକ୍ରିଟ୍ ଜଙ୍ଗଲ ଠିଆ

ଘର ଖାଲି ଘର ବଜାର ସହର

ବତାସ ଆଣୁଛି ବାଆ।।।।

ପରିବେଶ ଫୁସଫୁସ ଜଙ୍ଗଲ ପରା

କାଟି ଫିଙ୍ଗି ଦେଲ ତାରେ

ଫୁସଫୁସ ବିନା କିଏ କି ବଞ୍ଚିଛି

କୁହ ତ ଏଇ ସଂସାରେ??

କେତେ ପଶୁପକ୍ଷୀ ବାସ ହରା ହୋଇ

ଗଲେଣି ବିଲୁପ୍ତ ହୋଇ

ଲାଳସା ଜିହ୍ଵା ଚାଟି ଦିଏ ଜୀବଜନ୍ତୁ

ଖୋଜିଲେ ମିଳନ୍ତି ନାହିଁ।।

ମନର ସଉକ ସ୍ଵଛନ୍ଦର ଭୋକ

ପଲିଥିନ,ପ୍ଲାଷ୍ଟିକ ପ୍ରେମ

କଳକାରଖାନା ଆବର୍ଜନା ଯେତେ

ସାଜିଛି ପ୍ରକୃତି ଯମ।।

ବହୁତ ଅମଳ କରିଛି ପାଗଳ

ସାର ଔଷଧ ଅଜାଡି

ବନ୍ଧ୍ୟା ହେବାକୁ ବସିଲାଣି ମାଟି

ବାହୁନେ ମୁଣ୍ଡକୁ କୋଡ଼ି।।

ଦୂଷିତ ପାଣି ପବନ ବାୟୁମଣ୍ଡଳ

ଖାଦ୍ୟ ସଂସ୍କାର ସଂସ୍କୃତି

ସୁସ୍ଥ ପରିବେଶ ବିକଶିତ ଦେଶ

କେମିତି ହେବ ପ୍ରଗତି!!!

ଓଜସ୍ତର ଆଜି ବଢି ବଢି ଯାଏ

ଜାଳି ଦେବ ଅବା ଧରା

ବଞ୍ଚିବା ମୁସ୍କିଲ ନିଃଶ୍ଵାସରେ କଷ୍ଟ

କଲବଲ ସଚରାଚର ପରା!!!!

ସୁସ୍ଥ ପରିବେଶ ନହୋଇଲେ ନାଶ

ସୁନ୍ଦର ପୃଥିବୀ ହେବ

ବେଳ ଥାଉଁଥାଉଁ ସତର୍କ ନହେଲେ

ସୃଷ୍ଟିଟି ଧ୍ୱଂସ ପାଇବ।।

ପଲିଥିନ ବର୍ଜନ ବୃକ୍ଷ ରୋପଣ

ଜୈବିକ ସାର ପ୍ରୟୋଗ

ଉପଯୁକ୍ତ ସ୍ଥାନେ ଆବର୍ଜନା ପୋତିଲେ

ମାଟି ଆମ ହୋଇବ ସରଗ ।।

ଦୂଷିତ ପରିବେଶ ବିଶୁଦ୍ଧ ପାଇକି

ଆସ ସଂକଳ୍ପଟେ ନେବା

ବିକଶିତ ପଥେ ପ୍ରଗତି ରଥେ

ଗୁଣ୍ଡୁଚି ମୂଷାଟିଏ ହେବା।।

ସତ୍ୟବତୀସ୍ବାଇଁ,ମୀନୁ,ବାଲିକୁଦା,ଜଗତସିଂହପୁର


Rate this content
Log in

Similar oriya poem from Inspirational