STORYMIRROR

Srinibas Mahalik

Inspirational

3  

Srinibas Mahalik

Inspirational

ବିକଳ୍ପ

ବିକଳ୍ପ

1 min
26.1K



ଖାଉଥିବା ମିଠା, ଆଇସ୍-କ୍ରିମ୍ ଆଦିରେ

ନଥାଏ ଜମାରୁ ଚିନି

ମିଠା ହେବାପାଇଁ ଚିନି ବଦଳରେ

ମିଶା ହୁଏ ସାକାରିନି ।।

ବିନା ତେନ୍ତୁଳିରେ ପ୍ରସ୍ତୁତ ହୁଅଇ

ଗୁପୁଚୁପ୍ ଖଟାପାଣି

ସାଇଟ୍ରିକ୍ ଏସିଡ୍ ମିଶଇ ସେଥିରେ

ରଖିଥାଅ ଏହା ଜାଣି ।।

ସଜ ପଚା ଫଳ ସାଥେ ମିଶା ହୁଏ

ସିନ୍ଥେଟିକ୍ ଭିନେଗାର

ବିନା ଟମାଟୋରେ କେଚ୍ଅପ ପ୍ରସ୍ତୁତ

ଯାହା ପ୍ରିୟ ସଭିଙ୍କର ।।

ଅସାଧୁ ବେପାରୀ ଆପଣେଇଥାନ୍ତି

ଏଭଳି ବିକଳ୍ପ ପଥ

ସେମାନଙ୍କୁ ଟିକେ ସଦବୁଦ୍ଧି ଦିଅ

ହେ ପ୍ରଭୁ ଜଗନ୍ନାଥ ।।


@ବିଜୟନଗର,ଗଣିଆ,ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational