ବିକଳ ସାଧୁ
ବିକଳ ସାଧୁ
ଗୋଟିଏ ଗୋଡ଼ରେ ମାଳାକୁ ଜପିଲେ
ବକ କି ଛାଡ଼ିବ ମୀନ
ଆଇଁଷ ଚିନ୍ତାରେ ଦିହକ ଗଲାଣି
ବିକଳ ସାଧୁର ଧ୍ୟାନ
ତିଳକ ଲଗେଇ ବେଦକୁ ଗାଇଲେ
ବ୍ରହ୍ମ କି ଜାଣିଚ ବେଶି
ଦୁଆରୁ ଭିକାରୀ ଗୋଇଠା ମାରିଛ
ବୁଝିନ ଭୋକି କି ଶୋଷୀ
ପଗଡ଼ି ଲଗେଇ ମୁକୁଟ ମଣୁଛ
ଭାବ କି ନିଜକୁ ବଡ଼
କପଡ଼ା ହାତୁଟେ କାହାକୁ ଦେଇନ
ସହିନ କାହାର ଜାଡ଼
ଆଖିରେ ପ୍ରଚକ୍ଷୁ ସହଜେ ନାଇଛ
ଦେଖ କି ନିର୍ଗୁଣ ଆଛା
କାମିନୀ କାଞ୍ଚନ ନ ଦେଖିଲେ ପରା
ଅସୁଖ ଭୋଜନ ଇଛା
ମାୟାର ବେଶରେ ତସ୍କର ଆସିଛ
ସାଧୁ କି କଅଁଳ କୁହା
ମାରିବା ସୂତ୍ରକୁ ଗୁପତେ ରଖିଚ
ଯଜ୍ଞକୁ ଝାଡ଼ିବ ସ୍ବାହା
ଜ୍ଞାନର ତତ୍ତ୍ୱକୁ ବାଣ୍ଟିବା ମହତ୍ତ୍ୱ
ଠିକା କି ନେଇଛ ସାଧୁ
ନୀଳିମା ଆକାଶେ ଲାଗୁନି ପ୍ରକାଶ
ସଂଚରି ଯାଇଛ ବିଧୁ
ଆଚାରେ ବିଚାରେ କଥାର ଫରକ
ଦେବ କି ରାଗରେ ଶାପ
ଲକ୍ଷଣ ନଥାଇ ଫଳଟି ଫଳେନା
ସାଧୁର ମାୟାବୀ ରୂପ
