STORYMIRROR

ତାରାପ୍ରସାଦ ଜେନା

Classics

3  

ତାରାପ୍ରସାଦ ଜେନା

Classics

ବିକଳ ସାଧୁ

ବିକଳ ସାଧୁ

1 min
352


ଗୋଟିଏ ଗୋଡ଼ରେ ମାଳାକୁ ଜପିଲେ

ବକ କି ଛାଡ଼ିବ ମୀନ

ଆଇଁଷ ଚିନ୍ତାରେ ଦିହକ ଗଲାଣି

ବିକଳ ସାଧୁର ଧ୍ୟାନ


ତିଳକ ଲଗେଇ ବେଦକୁ ଗାଇଲେ

ବ୍ରହ୍ମ କି ଜାଣିଚ ବେଶି

ଦୁଆରୁ ଭିକାରୀ ଗୋଇଠା ମାରିଛ

ବୁଝିନ ଭୋକି କି ଶୋଷୀ


ପଗଡ଼ି ଲଗେଇ ମୁକୁଟ ମଣୁଛ

ଭାବ କି ନିଜକୁ ବଡ଼

କପଡ଼ା ହାତୁଟେ କାହାକୁ ଦେଇନ

ସହିନ କାହାର ଜାଡ଼


ଆଖିରେ ପ୍ରଚକ୍ଷୁ ସହଜେ ନାଇଛ

ଦେଖ କି ନିର୍ଗୁଣ ଆଛା

କାମିନୀ କାଞ୍ଚନ ନ ଦେଖିଲେ ପରା

ଅସୁଖ ଭୋଜନ ଇଛା


ମାୟାର ବେଶରେ ତସ୍କର ଆସିଛ

ସାଧୁ କି କଅଁଳ କୁହା

ମାରିବା ସୂତ୍ରକୁ ଗୁପତେ ରଖିଚ

ଯଜ୍ଞକୁ ଝାଡ଼ିବ ସ୍ବାହା


ଜ୍ଞାନର ତତ୍ତ୍ୱକୁ ବାଣ୍ଟିବା ମହତ୍ତ୍ୱ

ଠିକା କି ନେଇଛ ସାଧୁ

ନୀଳିମା ଆକାଶେ ଲାଗୁନି ପ୍ରକାଶ

ସଂଚରି ଯାଇଛ ବିଧୁ


ଆଚାରେ ବିଚାରେ କଥାର ଫରକ

ଦେବ କି ରାଗରେ ଶାପ

ଲକ୍ଷଣ ନଥାଇ ଫଳଟି ଫଳେନା

ସାଧୁର ମାୟାବୀ ରୂପ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics