The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sivaram Thakur

Inspirational Others

3  

Sivaram Thakur

Inspirational Others

ବିଜୟ ତିଳକ ଦେବା କପାଳରେ

ବିଜୟ ତିଳକ ଦେବା କପାଳରେ

1 min
4


  

        


ଡାକରା ଆସିଛି

    ଭାରତ ମାଆ ର

        ଉଠ ହେ ଜାଗ ହେ  

            ଶୂର ବୀର ନର ,

ପୂରୁବ ଗୌରବ

    ଫେରାଇ ଆଣିବ

        ଦୃଢ ସଂକଳ୍ପରେ  

            ହୁଅ ଅଗ୍ରସର ।

ଫିରିଙ୍ଗି ଶାସନ

    କଲା ପରାଧୀନ

        ସର୍ବସ୍ଵ ଆମର

            ସେ ନେଲା ଛଡାଇ ,

କେତେ ବା ସହିବୁ

    ପରାଜୟ ଆମେ

        ଅଧିକାର ପାଇଁ

            ଲଢିବାରେ ଭାଇ ।

ମୂଳ ମନ୍ତ୍ର ଆମ

ବନ୍ଦେ ମାତରମ

        ଏକ ସ୍ଵରେ କହ

            ହେଇ ଏକଜୁଟ ,

ଆଶା ର ଆଲୋକ

    ଜାଳିଦିଅ ତୁମେ

        ଦେଶପ୍ରେମ ବହ୍ନି

            ହୋଇବ ପ୍ରକଟ । 

ଶେଷ ପ୍ରାଣ ଯାଏଁ

ପଛଘୁଞ୍ଚା ନାହିଁ 

ଶତ୍ରୁ କୁ ବିନାଶି

    ହୋଇବା ସ୍ଵାଧୀନ,  

ବିଜୟ ତିଳକ

    ଲଗାଇ କପାଳେ 

    ଭାରତ ମାଆକୁ

              କରିବା ସମ୍ମାନ ।   


Rate this content
Log in

More oriya poem from Sivaram Thakur

Similar oriya poem from Inspirational