STORYMIRROR

Shakti Prasad Das

Inspirational

4  

Shakti Prasad Das

Inspirational

ବିଜୁ ପଟ୍ଟନାୟକ

ବିଜୁ ପଟ୍ଟନାୟକ

1 min
466


ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ୍ 

ମରି ପାରେ କି ରେ ଭାଇ?

ମରେ କେବେ କି ରେ ଯଶସ୍ବୀ ପୁରୁଷ,

କାହିଁ କେବେ ଶୁଣା ନାହିଁ !


ଗ୍ରାସଇ ଶ୍ମଶାନ ମର ଦେହ ସିନା,

ନ ହୁଏ ଯଶ ମଳିନ ।

ଦେଶ ଓ ଜାତିର ବରପୁତ୍ର ସଦା,

ଯଶୋଦେହେ ଆୟୁଷ୍ମାନ ।।


ଆସିଲା ଝଡର ଇଗଲ୍ ପରି ସେ,

ଉତ୍କଳର ଭାଗ୍ୟାକାଶେ ।

ଲଢିଣ ଅଦମ୍ୟ ଉତ୍ସାହେ ଝଡରେ,

ଜିତିଲା ସେ ଅବଶେଷେ ।।


କୁଳବୃଦ୍ଧ ଆଉ ସେନାପତି ଆଉ,

କବିବର ଆଦି ଯେତେ,

ଏ ଜାତିର ଯେତେ ନିର୍ମାତା ଗଣ,

ଗଢିଥିଲେ ଯେଉଁ ମତେ ।


ଅଧାଗଢା ସେହି କାମକୁ ନେଲା ସେ

ଉଦ୍ୟମେ ନିଜ ଆଗେଇ, 

ଶୈଶବରୁ ଧରି ହାତ ଏ ଜାତିର

ହେବା ଯାଏ ଯୁବା ସେହି ।।


ରଚିବାକୁ ଶିଳ୍ପ ବିପ୍ଲବ ସେହୁ

ଗଢି କେତେ କାରଖାନା,

ଏ ଜାତି ହାତରେ ପୁଣି ଅକାତରେ

ପରେ ଟେକି ଦେଲା ସିନା ।।


ପ୍ରତିଷ୍ଠା କଲା ସେ ବିଶ୍ବ ଦରବାରେ

ନିଜ ଜାତି ଗଉରବ,

ଜାଣିଲା ଦୁନିଆ କରେନି ଓଡିଆ

ଖାଲି ମିଛ କଳରବ ।।


ଗଢିପାରେ ଏହି ଜାତି ନିଜ ହାତେ

ଇସ୍ପାତର କାରଖାନା,

ଗଢିପାରେ ସେହୁ ବନ୍ଦର ପୁଣି

ଜଗତେ ଯାହା ନମୁନା ।।


ପାରେ ନେଇ ସେହୁ ନେତୃତ୍ବ ସଂଗ୍ରାମେ,

ହୋଇ ଯୁଦ୍ଧ ପାଇଲଟ ।

ଯାଇପାରେ ସାତ ସମୁଦ୍ର ଲଂଘି ସେ,

ଚଳାଇ ଲଢୁଆ ଜେଟ୍ ।।


ମୁକ୍ତି ସଂଗ୍ରାମୀଙ୍କ ସାଥୀ ହୋଇ ନିଜ

ଜୀବନ ବାଜିରେ ରଖି,

କରିପାରେ ଅଗ୍ନି-ସଂଯୋଗ ଶତ୍ରୁର

ସୁବର୍ଣ୍ଣ ଲଙ୍କାରେ ପଶି ।।


ବିଜୁ ପଟ୍ଟନାୟକ୍ ନାହିଁ ଆଜି ସତେ

ବିଶ୍ବାସ ତ ହେଉ ନାହିଁ !

ମରେ ସିନା ସେହି ନର ଏହି ଭବେ,

ବଂଚେ ଯିଏ ନିଜ ପାଇଁ ।


ମରି ପାରେ କି ରେ ଏପରି ମଣିଷ

ହେବାପାଇଁ ସ୍ବର୍ଗବାସୀ?

ମୁଣ୍ଡନ ହୁଅନ୍ତି ଯାହାର ମୃତ୍ୟୁରେ

ସମସ୍ତ ଉତ୍କଳବାସୀ !


ବିଜୁ ପଟ୍ଟନାୟକ୍ ମରେ ନାହିଁ କେବେ,

ମରି ନାହିଁ ମଧ୍ୟ ଆଜି ।

କାର୍ତ୍ତବୀର୍ଯ୍ୟ ସେ ଅଛି ଏ ଜାତିର,

ଶିରା ପ୍ରଶିରାରେ ଭେଦି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational