STORYMIRROR

Samar Ballav Bhoi

Romance

3  

Samar Ballav Bhoi

Romance

ବିଜନତା

ବିଜନତା

1 min
205


ସପନଟା ଭାରି ଅମାନିଆ

କେତେବେଳେ ଆସିଯାଏ

ହୃଦୟ ବେଳାରେ......

କେତେବେଳେ ସ୍ମୃତି ହୋଇ 

ମନ ଭାବନାର ଡାଇରୀ ପୃଷ୍ଠାକୁ 

ଏପଟସେପଟ ଲେଉଟାଇ ନିଏ... ‌

ଫର୍ଦ୍ଦ ଫର୍ଦ୍ଦ କରି ଓଲଟାଇ ଦେଖୁଥାଏ 

ହିସାବ ନିକାଶ କରୁଥାଏ

ବିଗତ ଦିନର ଅଭୁଲା ସ୍ମୃତି ସବୁ

ଭାବନାର ଉଦବେଳିତ ନିବୁଜ କୋଠରୀ

ଭିତରେ .. ‌... 

ଖୋଜୁଥାଏ ସେହି ବିଗତ ମୁହୂର୍ତ୍ତକୁ

ବିଜନତାର ଉନ୍ମୁକ୍ତ ପ୍ରାନ୍ତରେ।।


ବର୍ଷ ବର୍ଷ ଧରି ବିତିଯାଇଥିବା 

ସମୟ ନଦୀର ପ୍ରତିଟି ସ୍ରୋତ ସବୁ

ମନ ଆଲମାରୀ ଖୋଲି ବାରମ୍ବାର ଖୋଜିଲେ

ପୁରୁଣା ସ୍ମୃତିର ପୃଷ୍ଠାଟି 

ଝଲସି ଉଠେ .. ‌. 

ଅମାନିଆ ପବନରେ ସ୍ମୃତି ସବୁ 

ଚହଲି ଯାଏ ପାଣି ଚହଲା ଚେହେରା ପରି

ସବୁବେଳେ ମନେପଡେ ହଜିଯାଇଥିବା

ସେହି ମୁହୂର୍ତ୍ତ ଗୁଡିକ

ଭାବନାର ବିଜନ ବେଳାରେ।। 


ବିଜନତା ସତେ ଯେମିତି 

ଜୀବନ ଗଣିତର ମାନସାଙ୍କ ପରି

ମାନସାଙ୍କ କଷୁକଷୁ ବେଳେ ବେଳେ

ଅତି ପ୍ରିୟ ପରି ଲାଗେ ତ ପୁଣି 

କେବେ ଅଛିଣ୍ଡା ଗଣିତ ପରି 

ରହିଯାଏ ଜୀବନର ଶେଷ ଯାଏ...

ଥୁଣ୍ଟା ଗଛଟିଏ ପରି ଏକା ଏକା

ବିତିଯାଏ ଜୀବନର ସବୁ ସୁଖ ଦୁଃଖ

ଖୁଣ୍ଟି ଖୁଣ୍ଟି ଫେରାଇ ଆଣିବାକୁ 

ସ୍ମୃତିର ବିଗତ ଦିନସବୁ

ବିଜନତାର ଆଢ଼ୁଆଳରେ।। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance