Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Classics Others

4.8  

BISWESWAR MAJHI

Classics Others

ବୀରତ୍ଵର ଅନ୍ୟ ନାମ ବୀଜୁ

ବୀରତ୍ଵର ଅନ୍ୟ ନାମ ବୀଜୁ

1 min
6.8K


ହେ ବୀର ବିଜୟାନନ୍ଦ ବୀଜୁ ପଟ୍ଟନାୟକ

କଳିଙ୍ଗ ମାଟିର ଅପ୍ରତିଦ୍ୱନ୍ଦି ମହାନାୟକ ।

ଶାଳପ୍ରାଂଶୁ ଚେହେରାକୁ ସାଜେ ଦୁଃସାହସ

ବୀରପ୍ରସୁ ଉତ୍କଳର ତୁମେ ପ୍ରବାଦ ପୁରୁଷ ।

କଳିଙ୍ଗର ସଉଭାଗ୍ୟ ତୁମେ ଯେଣୁ ଓଡିଆ

ଓଡିଆ ହୋଇ କିନ୍ତୁ ତୁମ ଭାଗ୍ୟ ଦେଢିଆ ।

ବିଶ୍ୱ ଯୁଦ୍ଧେ ରୁଷିଆକୁ ଯୋଗାଇ ହତିଆର

ଇଣ୍ଡୋନେସିଆର ବଂଧୁ ପଦ ଭୁମିପୁତର।

କାମରାଜ ଚକ୍ରାନ୍ତରେ ରାଜଗାଦି ଛାଡିଲ

ଓଡିଶା ଭାଗ୍ୟାକାଶରେ ଜନନାୟକ ହେଲ ।

ପାରାଦୀପ ବନ୍ଦରରୁ ସୁନାବେଡା ଡୁବୁରି

ଦାମନଯୋଡିରୁ ରାଉରକେଲା ଆବୁରି ।

ରାଜପଥ ହେଉ ଅବା ବନ୍ଦରର କଳ୍ପନା

ସବୁଠି ତୁମରି ଛାପ ତୁମ ଚିନ୍ତା ଚେତନା ।

ଦରିଦ୍ର ଓଡିଶା କିନ୍ତୁ ୟୁନେସ୍କୋର କଳିଙ୍ଗ

ପୁରସ୍କାର ଗାଥା ଗାଏ ବୀଜୁ ବୀର ଗୌରବ ।

ନାରିକେଳ ଚରିତ୍ରଟି ଲାଗେ ଅତି ବିଚିତ୍ର

ବାହାରକୁ ଭାରି ଟାଣ ହୃଦୟଟି ପବିତ୍ର ।

ପଂଚାୟତି ରାଜ ତୁମ ମହା ପରିକଳ୍ପନା

ଜନ୍ମତିଥି ପଂଚାୟତିରାଜ ଦିବସେ ଗଣା ।

ଭାରତ ରତ୍ନଟି ତୁମ ପାଇଁ ଲାଗେ ଅଳୀକ

ତୁମେ ପରା ବିଶ୍ୱରତ୍ନ ଆହେ ମହାନାୟକ ।


(On birth centenary of d shoring eagle called Biju Babu.)


Rate this content
Log in

Similar oriya poem from Classics