STORYMIRROR

Pratima Satpathy

Classics

4  

Pratima Satpathy

Classics

ବୀର ଯୋଦ୍ଧା

ବୀର ଯୋଦ୍ଧା

1 min
251


ବୀର ଯୋଦ୍ଧା ଟିଏ ବୀରତ୍ୱ ଦେଖାଏ 

    ଆସିଲେ ଦେଶେ ବିପଦ

ଶତ୍ରୁ ମୁକାବିଲା କରେ ପ୍ରାଣ ଦେଇ

    ନ ହୋଇ ମନେ ବିଷାଦ.l

ଚତୁରଙ୍ଗ ବଳ ସୈନ୍ୟ ଓ ସାମନ୍ତ

    ନେଇ ତାର ସାଥେ ଚଳେ

ବିପଦରେ କେବେ ନୁହଇଁ ଅଧୀର

    ଶତ୍ରୁ ଥିଲେ ସୀମାନ୍ତରେ.l

ହାତରେ ତା ଥାଏ ଶାଣିତ ଖଡ଼ଗ

     ଦେହେ ଶତସିଂହ ବଳ

ଉଡାଇ ଥାଏ ସେ ବିଜୟର ଧ୍ୱଜା

    ଦେଶ କୁ କରେ ସବଳ.l

ଅଶ୍ୱ ଝପଟାଇ ଚାଲେ ରଣକ୍ଷେତ୍ରେ

    ଶୀରରେ ମୁକୁଟ ପିନ୍ଧି

ସମର କରି ସେ ଜିଣଇ ଯୁଦ୍ଧରେ

    ଶତ୍ରୁକୁ ଆଣଇ ବାନ୍ଧି.l

ସେହିପରି ବୀର ମାନେ ଇତିହାସେ

    ପାଇଛନ୍ତି ଶ୍ରେଷ୍ଠ ସ୍ଥାନ

ଅକ୍ଷୟ ରହିଛି ତାଙ୍କ ଯଶ କୀର୍ତ୍ତି

   ହୋଇଅଛନ୍ତି ମହାନ.l

ବୀର ଯୋଦ୍ଧା ବୀର ଗତି ପ୍ରାପ୍ତ ହେଲେ

   ବଢେ ତାର ଗଉରବ

ଯୁଦ୍ଧରୁ ଯିଏ ସେ ପଳାୟନ କରେ

   ଧିକ ଧିକ ସେ ମାନବ.l

କ୍ଷତ୍ରୀୟର ଧର୍ମ ଯୁଦ୍ଧ ସେ କରିବ

   ମରଣ କୁ ନାହିଁ ଡର

ବୀର ଯୋଦ୍ଧାଙ୍କର ତ୍ୟାଗ ପାଇଁ ସିଏ

    ରହିଅଛନ୍ତି ଅମର.l


Rate this content
Log in

Similar oriya poem from Classics