ବୀର ସୁଭାଷ
ବୀର ସୁଭାଷ
ହେ ବୀର ସୁଭାଷ ଝୁରୁଅଛି ଦେଶ
କାହିଁଗଲ ତୁମେ ଚାଲି
ମାତାଙ୍କ ନୟନ ଖୋଜୁଛିରେ ଧନ
ବିଶ୍ବାସ ଫେରିବ ବୋଲି
ମାଗିଥିଲ ରକ୍ତ ତନୁରୁ ଆମର
ଦେଶ ସ୍ବାଧୀନତା ପାଇଁ
ଛଦ୍ମବେଶ ଧରି ପୃଥି ଥିଲ ଘୁରି
କେତେ ଶ୍ରମଦାନ ଦେଇ
ଫଉଜ ଗଠନ ବୀଜମନ୍ତ୍ର ଦାନ
ଇଂରେଜ ଗଲେ ଦୋହଲି
ଦିଲ୍ଲୀ ଚଲୋ ଡାକ ନଭ ପ୍ରକମ୍ପିତ
ଥରିଉଠେ ମହୀତଳ
କୋହିମା ଗଗନେ ତ୍ରିରଙ୍ଗା ଉଲ୍ଲସେ
ଭାଙ୍ଗିଲା ବିଦେଶୀ ବଳ
ଘୋଟି କାଳରାତ୍ର ତବ ଅନ୍ତର୍ଦ୍ଧାନ
ନିର୍ବାପିତ ଜାତି ମାଳି
ପରାଧୀନତାର ଶୃଙ୍ଖଳ ମୁକୁତ
ହୋଇଅଛି ସିନା ମାଆ
ତୁମପରି ଯୁବ ନିଃସ୍ୱାର୍ଥ ସେବକ
କାହାନ୍ତି ହୋଇବେ ସାହା
ଏବେବି ଅନ୍ଧାର ହୋଇନାହିଁ ଦୂର
ମାଆ କୋଳେ ଆସ ଚାଲି
