STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ବୀର ସୁଭାଷ

ବୀର ସୁଭାଷ

1 min
120

ହେ ବୀର ସୁଭାଷ ଝୁରୁଅଛି ଦେଶ

କାହିଁଗଲ ତୁମେ ଚାଲି

ମାତାଙ୍କ ନୟନ ଖୋଜୁଛିରେ ଧନ

ବିଶ୍ବାସ ଫେରିବ ବୋଲି

ମାଗିଥିଲ ରକ୍ତ ତନୁରୁ ଆମର

ଦେଶ ସ୍ବାଧୀନତା ପାଇଁ

ଛଦ୍ମବେଶ ଧରି ପୃଥି ଥିଲ ଘୁରି

କେତେ ଶ୍ରମଦାନ ଦେଇ

ଫଉଜ ଗଠନ ବୀଜମନ୍ତ୍ର ଦାନ

ଇଂରେଜ ଗଲେ ଦୋହଲି

ଦିଲ୍ଲୀ ଚଲୋ ଡାକ ନଭ ପ୍ରକମ୍ପିତ

ଥରିଉଠେ ମହୀତଳ

କୋହିମା ଗଗନେ ତ୍ରିରଙ୍ଗା ଉଲ୍ଲସେ

ଭାଙ୍ଗିଲା ବିଦେଶୀ ବଳ

ଘୋଟି କାଳରାତ୍ର ତବ ଅନ୍ତର୍ଦ୍ଧାନ

ନିର୍ବାପିତ ଜାତି ମାଳି

ପରାଧୀନତାର ଶୃଙ୍ଖଳ ମୁକୁତ

ହୋଇଅଛି ସିନା ମାଆ

ତୁମପରି ଯୁବ ନିଃସ୍ୱାର୍ଥ ସେବକ

କାହାନ୍ତି ହୋଇବେ ସାହା

ଏବେବି ଅନ୍ଧାର ହୋଇନାହିଁ ଦୂର

ମାଆ କୋଳେ ଆସ ଚାଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract