Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baikunth Bihari Swain

Abstract

4  

Baikunth Bihari Swain

Abstract

ବୀର ବୈଷ୍ଣବ

ବୀର ବୈଷ୍ଣବ

2 mins
317



ଢେଙ୍କାନାଳ ଗଡେ ଜନମ ଲଭିଲ

            ମାତା ରମ୍ଭା ଦେବୀ କୋଳେ।

ସାଧୁ ଚରଣ ଯେ ପୀୟର ତୁମ୍ଭର

            ବିହି ଲେଖିଛି କପାଳେ ।।

ଦେଖି ତୁମ୍ଭ ମୁଖ ଜୈନିକ ବୈଷ୍ଣବ

              କରିଥିଲେ ଗୁଣ ଗାନ।

ନବଜାତ ଶିଶୁ ବଡ଼ ହୋଇ ଦିନେ

            ରଖିବ ଜାତିର ମାନ ।।

ବୈଷ୍ଣବ ଆଶିଷ ଲଭି ତୁମେ ହେଲ

           ବୈଷ୍ଣବ ଚରଣେ ଖ୍ୟାତ।

ଶଖା ସହୋଦରେ ଗୁଣ୍ଡିରୀ ନାମରେ

          ହୋଇଲ ତୁମେ ବିଦିତ ।।

ଉଚ୍ଚ ବିଦ୍ୟାଳୟେ ଢେଙ୍କାନାଳେ ତୁମ୍ଭେ

           କରିଥିଲା ଶିକ୍ଷା ଶେଷ।

ଲକ୍ଷ୍ମୀ,ହର,ଗତି ସହ ପାଠି ଥିଲେ

            ଭୁଲି ନାହିଁ ଇତିହାସ ।।

ମହାତ୍ମା ଡାକରା ହୃଦୟେ ତୁମ୍ଭର

            କମ୍ପନ ସୃଷ୍ଟି କରିଲା।

ସେହି ଆହ୍ବାନରେ ସଂଗ୍ରାମେ ମତିଲ                       

           ପାଠେ ଡୋର ବନ୍ଧା ହେଲା।

ରାଜ କର୍ମଚାରୀ ଅତ୍ୟାଚାରେ ପ୍ରଜା

            ଅତିଷ୍ଠ ଥିଲେ ହୋଇଣ।

ତହୁଁ ବଳିଗଲା ଫିରିଙ୍ଗୀ କଷଣ

           ପ୍ରଜା ମେଳି ହେଲା ଟାଣ ।।

ପ୍ରଜା ମଣ୍ଡଳୀର କର୍ଣ୍ଣଧାର ସାଜି

           ବେଠି, ବେଗାରୀ,ରସଦ ।।

ଜନ ମାନସରେ ବୀଜ ବୁଣି ଥିଲ।

           କରିବାକୁ ସବୁ ରଦ ।।

ତ୍ରିନାଥ ଗୋସାଇଁ ମେଳା ଭିଆଇଲ।

          ଗ୍ରାମେ ଗ୍ରାମେ ତୁମ୍ଭେ ଯାଇ।

ପ୍ରଜା ଆନ୍ଦୋଳନ ବ୍ୟାପକ କରିଲ

            ସ୍ୱାଧୀନତା ବାର୍ତ୍ତା ଦେଇ ।।

ଇଂରେଜ ପୋଲିସ ପ୍ରଜା ମଣ୍ଡଳର

            ବିଦ୍ରୋହ ଦମନ ପାଇଁ।

ନୀଳକଣ୍ଠ ପୁର ଘାଟରେ ମିଳିଲେ।

            ଗୁପ୍ତରେ ଖବର ପାଇ ।।

ବାର ବରଷର ବାଳକ ବାଜିଆ

            ଜଗି ବସିଥିଲା ଘାଟ।

ପୋଲିସ ଗୁଳିରେ ପ୍ରାଣ ବଳୀ ଦେଲା

           ଛାଡି ଦେଲା ନାହିଁ ବାଟ ।।

ବୀର ସହିଦଙ୍କ ଅନ୍ତିମ ଯାତ୍ରାରେ

          ଶତ ଶତ ଜନ ମେଳି।

ଖାନ୍ ନଗରର ସ୍ୱାସାନ ବେଦୀରେ

           ଚିତା ଉଠିଥିଲା ଜଳି ।।

ବୀର ବୈଷ୍ଣବଙ୍କ ଅଗ୍ନିବର୍ଷି ବାଣୀ

          ରକ୍ତ ଚାହଟାଇଦେଲା

ଶଚ୍ଚି ରାଉତଙ୍କ କବିତା ପଠନ।

          ଶତ ସିଂହ ବଳ ଦେଲା ।।

ପରଜଙ୍ଗ ଥାନା ଆକ୍ରମଣ ଆସେ।

         ଗରିଲା ବାହିନୀ ଗଢି।

ତୁମ୍ଭ ଚତୁରତା ଜାଣିଲେ ବଣିକ।

         ଆକ୍ରମଣ ହେଲା ମଢି ।।

ଅସ୍ତ୍ର ଶସ୍ତ୍ର ଲୁଟି ବାହିନିଙ୍କୁ ତୁମ୍ଭ

          ଅତ୍ୟନ୍ତ ସଶକ୍ତ କଲ ।

ତହସିଲ, କଚେରୀ ପୋଡି ଘଟଣାରେ

          ଦୋଷୀ ସାବ୍ୟସ୍ତ ହୋଇଲ ।।

ଜହ୍ନ ପଦ ଠାରେ ଫ୍ଲାଗ ମାର୍ଚ୍ଚ କରି

            ତ୍ରିରଙ୍ଗା ଉଡ଼ାଇ ଥିଲ ।

ବିପ୍ଳବୀ ସଭାରେ ସମ୍ଭାଷଣ ଦେଇ

            ଗୁଳି ମାଡ ପ୍ରାପ୍ତ କଲ ।।

ତୁମ୍ଭ ବଳିଦାନ ସଫଳ ହୋଇଲା

           ରାଯୋଡା ଶାସନ ଗଲା ।

ପୂରୁବ ଆକାଶେ ସୁରୁଜ ଉଇଁଲା ।

          ଆନ୍ଧକାର ଦୂର ହେଲା ।।

ଗୋରା ଫଉଜ ଏ ଦେଶ ଛାଡି ଗଲେ ।

         ଭାରତ ସ୍ୱାଧନ ହେଲା ।

ସ୍ୱର୍ଣ୍ଣ ଅକ୍ଷରରେ ତୁମ୍ଭ ବୀର ଗାଥା

          ଲିପିବଦ୍ଧ ହୋଇଗଲା ।।

ଭାରତ ଭୂଖଣ୍ଡେ ଅମର ଲଭିଲ

         ହେ ବୀର ବୈଷ୍ଣବ ତୁମେ।

ଜନମ ତିଥିରେ ଅଶେଷ ପ୍ରଣାମ

        ଜଣାଉ ତୁମର ଧାମେ

         ଜଣାଉ ତୁମର ଧାମେ।।

                 

    

    


Rate this content
Log in

Similar oriya poem from Abstract