Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Kumar Parida

Abstract Inspirational

3  

Sagar Kumar Parida

Abstract Inspirational

ନାରୀ

ନାରୀ

1 min
184


ଆଜିର ନାରୀକୁ ଅବଳା ଦୁର୍ବଳା

       କହି କେ ପାରିବ ଆଉ

ପରୁଷ ସମାଜ ଯା' କରି ନ ପାରେ

       କରେ ସିଏ ଚାହୁଁ ଚାହୁଁ ।।

ଚଢେ ନିବିଘ୍ନରେ ହିମାଳୟ ଶୀର୍ଷେ

      ଦୃଢେ ଉଡେ ଆକାଶରେ

ଶତ୍ରୁ ସାଥେ ଲଢ଼ି ଶତ୍ରୁ ଜୀବନକୁ

       ପେଶିପାରେ ଯମ ପୁରେ ।।

ପୁରୁଷଟି ଯଦି ବୁଦ୍ଧି ବଣା ହୋଇ

         ହୋଇଯାଏ ଅପାରଗ

ନାରୀ ବୁଦ୍ଧି ବଳେ ପୁରୁଷର କାମ

         ସଫଳ ହୁଅଇ ଆଗ ।।

କ୍ରିକେଟ ହେଉ କି ଫୁଟବଲ ହେଉ

         କବାଡି କି ହକି ଖେଳ

ସବୁଥିରେ ଆଜି ନାରୀ ଭାଗ ନେଇ

         ଦେଖାଏ ତା କଉଶଳ ।।

ବିଦେଶ ମାଟିରେ ଦେଶର ଗୌରବ

        ନାରୀ ପାଇଁ ଆଜି ବଢେ

ଅଲମ୍ପିକ କିବା ଏସିଆ କପେ

        ବିଜୟର ଧ୍ବଜା ଉଡେ ।।

ସରକାରଙ୍କର ଅନେକ ଯୋଜନା

         ଗଢ଼ା ନାରୀ ହିତ ପାଇଁ

ନାରୀଙ୍କ ଉନ୍ନତି ଦେଶର ଉନ୍ନତି

         ଏକଥା ନ ଭୁଲ ଭାଇ ।।

ନାରୀ ଯେଉଁ ଦେଶେ ନିତ୍ୟ ବନ୍ଦନୀୟା

         ବନ୍ଦନୀୟା ସେହି ଦେଶ

ମର୍ତ୍ତ୍ୟ ଭୁବନେ ସେ ଦେଶର ଗୌରବ

          ବ୍ୟାପିଯାଏ ଦଶ ଦିଶ।।

ଆସ ହେ ସକଳ ମାନବ ସମାଜ

          କରିବା ବ୍ରଜ ଶପଥ

ନାରୀର ଉନ୍ନତି କରିବା ପାଇଁକି

          ମିଳାଇବା ହାତେ ହାତ ।।


Rate this content
Log in