STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
183


କେହୁ କୁହେ ଏହୁ କାର୍ତ୍ତିକ ପୂର୍ଣ୍ଣିମା

କେହୁରେ ରାସ ପୂର୍ଣ୍ଣିମା,

ଧାର୍ମିକ ମାସଟି ଶାସ୍ତ୍ର ଅନୁସାରେ

ରହିଛି ଯାର ମହାତ୍ମା।


ପୌରାଣିକ ଏହୁ ପର୍ବ ଟି ଧର୍ମର 

ପ୍ରଭାତୁ ସ୍ନାହାନ ଯହିଁ,

ଶ୍ରଦ୍ଧା ଓ ଭକ୍ତିରେ ପାଳନ ଏହାର

ବୈକୁଣ୍ଠ ପ୍ରାପ୍ତିଟି ତହିଁ।


ହିନ୍ଦୁ ଶାସ୍ତ୍ର ମତେ ମହତ୍ତ୍ଵ ଏହାର

ତ୍ରିପୁରୀ ନାମେ ପ୍ରସିଦ୍ଧ

ତ୍ରିପୁରାସୁରକୁ ମାରିଲେ ଶଙ୍କର

ଦିନଟି ହେଲା ସମୃଦ୍ଧ।


ଶିବ ଓ ବିଷ୍ଣୁଙ୍କ ପୂଜନ କରିଲେ

ମନୋବାଞ୍ଚା ପୂର୍ଣ୍ଣ ହୁଏ,

ହବିଷ ଭୋଜନ କରିଲେ ଗୃହରେ

ପାପର ବିନାଶ ହୁଏ।


ପୂଜା ଡଙ୍ଗାଭସା ପୂର୍ଣ୍ଣିମାର ଦିନ

ପବିତ୍ର ପୂର୍ଣ୍ଣିମା ଏହୁ

ସାରଳା ଦାସଙ୍କ ଭାଗବତେ ପରା

ହୋଇଛି ବର୍ଣ୍ଣିତ ବହୁ।


ଆମିଷ ଭୋଜନ ପରିହାର ପରା

ଜୀବ ହତ୍ୟା କଲେ ପାପ,

ମିଥ୍ୟା କହିବାଟି ମହାପାପ ଯହିଁ

ଅନ୍ୟାୟ କରିବା ପାପ।


ଆକାଶ ଦୀପଟି ଗୃହେ ଓଡ଼ିଆଙ୍କ

ସୁଶୋଭିତ ହୋଇ ଅଛି,

କାର୍ତ୍ତିକ ଘୁଞ୍ଚୁଛି ପଞ୍ଚକ ଆସୁଛି

ପୂଜନେ ମହୀ ଗୁଞ୍ଜୁଛି।


ଶୁଭୁଛି ପ୍ରଭାତେ ଶିବଶିବ ରାବ୍

ଶଙ୍ଖନାଦ ଘନ ଘନ,

ନାମ ଗୁଞ୍ଜୁ ଅଛି ରାଧ କୃଷ୍ଣ କୃଷ୍ଣ

ଜଗାଜଗାର ଗୁଞ୍ଜନ।


ଭକ୍ତିର ପବନ ବହୁଛି ଧରାରେ

ନାରୀ ମନ ପ୍ରଫୁଲ୍ଲିତ,

ଅର୍ପଣ ଟି ଭକ୍ତି ଜଗା ଶ୍ରୀଚରଣେ

ନାରୀ ଯହିଁ ଭକ୍ତିଚିତ।


ସନ୍ଧ୍ୟା କାଳେ ଯହିଁ ହରିଙ୍କ କିର୍ତ୍ତନ

ରାଧାକୃଷ୍ଣ ମନ୍ଦିରରେ,

ପବିତ୍ର ମାସଟି ଭକ୍ତିର ପାର୍ବଣ

ଡଙ୍ଗାଭସା ପୂର୍ଣ୍ଣିମାରେ।


ଭାଗବତ ପାଠ ସମସ୍ତ ଗୃହରେ

ସକଳ ସନ୍ଧ୍ୟାରେ ଯହିଁ,

ଶୁଦ୍ଧତା ମନରେ ଜଗା ଭକ୍ତିପାଠ

କାର୍ତ୍ତିକ ମାସରେ ତହିଁ।


ଅନାଦି ଅନନ୍ତ ସୁଦୟା କରି ବେ

ହେବ ବ୍ରତୀ ଇଚ୍ଛା ପୂର୍ଣ୍ଣ,

ମନୁଷ୍ୟ ଶରୀର ପାପମୁକ୍ତ ହେବ

ଧର୍ମେ ମହୀ ପରିପୂର୍ଣ୍ଣ।




Rate this content
Log in

Similar oriya poem from Abstract