ଶାମୁକା
ଶାମୁକା
ଜଳିଲେ ଜାତନା
ନହେଲେ ସ୍ୱପ୍ନର ଘର
ଘର ନୁହେଁ ସ୍ୱର୍ଗ କି ମନ୍ଦିର
ସ୍ବର୍ଶ ଏକ କୋମଳ ପରଶ
ଜୀବନ ଯେବେ ଯାତନା ହୁଏ
ସ୍ୱର୍ଗ ବି ଅଧା ଗଢ଼ା ହୁଏ
ମୁଁ ଯେବେ ପ୍ରତିଟି ମୁହୂର୍ତ୍ତ
ସ୍ମୃତି ଭଳି ଶାମୁକା ଭଳି
ପ୍ରତିଟି ଅନୁଭୂତିକୁ ସାଉଁଟେ
ସ୍ମୃତିର ବେଳାଭୂମିରେ
ଶାମୁକା ସାଉଁଟିବାର
ପ୍ରୟାସ ପ୍ରଯତ୍ନ କରେ
ପ୍ରାଣଭରି ଯେବେ ଭଲପାଏ
ଛଳନାର ଛୁରିଵିତ
ଅପସରିଯାଏ ।