Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Abstract

3  

Sanjya Tripathy

Abstract

ପୁରସ୍କାର ପୁଣି ସେଇ ଚର୍ଚ୍ଚିତ ଚର୍

ପୁରସ୍କାର ପୁଣି ସେଇ ଚର୍ଚ୍ଚିତ ଚର୍

1 min
152


ପୁରସ୍କାର

ପୁଣି ସେଇ ଚର୍ଚ୍ଚିତ ଚର୍ବଣ

ଉପାଖ୍ୟାନ ଏକ ମଣିଷର

ପଙ୍କରୁ ସେ ହୋଇଛି ପଦ୍ମ

ପୁରସ୍କାର ତାଲିକାରେ ନାହିଁ ତା’ନା

ଲବି ନାହିଁ ତାର ନାହିଁ ଅର୍ଥବଳ

ମାଟିକୁ କାମୁଡି ପଡି ରହିବା ସାର

ଯେ କୌଣସି ପୁରସ୍କାର

ଆଜିର ତାରିଖରେ ଲବି ଭୂମୁଖୀ

ବେଳେ ବେଳେ ହୁଏ କିଛି ବ୍ୟତିକ୍ରମ

ପଙ୍କଜା ପଦ୍ମମାନେ ପାଆନ୍ତି ପୁରସ୍କାର

ବିନା ଲବିରେ- କେବଳ ସୁଖ୍ୟାତିରେ

ପୁରସ୍କାର ଗୁଣବତ୍ ମାନକରେ ଉତ୍ତୀର୍ଣ୍ଣ

କାଳଜୟୀ ପ୍ରତିଭା ହୁଏ ସଂବନ୍ଧିତ

ଲେଖକ ପ୍ରଚାର ଓ ପ୍ରସାରଭିମୁଖୀ ନ ହେଉ

ସେ ବଞ୍ଚି ରହିବ ତା’ କଞ୍ଚା କବିତାରେ

ଫେଶନ୍‌ର ରୋଷଣୀରୁ ଉର୍ଦ୍ଧ୍ବରେ

ପ୍ରଭାବିତ ହେବନି ଗୁଜବ୍‌ର ଅପରାହ୍‌ଣରେ

କାଗଜ ଡଙ୍ଗା ପରି ତା’ ଲେଖା

ଭାସିଯିବ ଏକ କୁଳୁକୁଳୁ ନାଦିନୀ

ପାହାଡ଼ିଆ ଝରଣାରେ

ସୃଜନଶୀଳତାର ଏକ ଭିନ୍ନ ଏକ ଦିଗଙ୍ଗତ ।



Rate this content
Log in

Similar oriya poem from Abstract