ପୁସ୍ତକ
ପୁସ୍ତକ
ତୁମେ ମୋ ବଞ୍ଚିବା କାରଣ ସାଜିଛ
ପୁସ୍ତକ ରୂପରେ ସହି
ବଳକା ଜୀବନ କଟିଯିବ ମୋର
ସବୁଦିନ ଖୁସି ହୋଇ।।
କବିତା ଲେଖିଛି ତୁମକୁ ନେଇ ମୁଁ
ପଡିନି କେବେ ଅଟକି
ଚାଲୁଛି କାହାଣୀ ଚରିତ୍ର ଭିତରେ
ସନ୍ଧ୍ୟା ସକାଳ ସାକ୍ଷୀ।।
କବିତା ଗଳ୍ପରେ ତୁମକୁ ପାଏ ମୁଁ
ଚାହିଁବାର ଶେଷ ଚାହିଁ,
ଅଭିଯୋଗ ଅଭିମାନ ପୁସ୍ତକମୋ
କେବେ କିନ୍ତୁ କରେନାହିଁ।।
ସବୁ ପୁସ୍ତକର ପୃଷ୍ଠାରେ ତୁମର
ପ୍ରେମର ପରଶ ମିଳେ
କେମିତି କହିବି ପୁସ୍ତକ ହାତେ ମୁଁ
ପ୍ରେମର ମିନାର ଗଢେ।।
