STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଯନ୍ତ୍ରଣାର ଚିଠି

ଯନ୍ତ୍ରଣାର ଚିଠି

1 min
168

ଗଢ଼ିହୁଅନ୍ତା କି ଅଧା ଗଢ଼ା ମହଲଟା

ପଢି ହୁଅନ୍ତା କି ଅପଢା ଚିଠିଟା

ଶୁଣିଥିଲି ଯେବେ, ଚିଠି ସିନା

ଅପଢା ରହେ, ଗଢିବାକୁ ଇଚ୍ଛା ହୁଏ

ସ୍ୱପ୍ନରେ ସ୍ୱପ୍ନରେ, କୋଣାର୍କ ନନ୍ଦନକାନନ

ବିପ୍ଳବର ବହ୍ନି ଯେବେ ଜଳେ

ସୁର ଝଙ୍କାର ତୋଳେ

ଶୁଣିଥିଲି ସ୍ପନ୍ଦନ ହାର

ହିଁ ମୋର ଯନ୍ତ୍ରଣାର ସମାହାର

ଟିକ ଟିକ ଘଣ୍ଟା କଣ୍ଟା ପରି

ଅହରହ ମୁଁ, ପ୍ରତିଟି ସ୍ପନ୍ଦନ

ଲେଖିବାକୁ ଇଚ୍ଛା ହୁଏ

ଯନ୍ତ୍ରଣାର ଚିଠି, ବିଗତ ଦିନର

ଗାଥା କବିତା, କଥା ସବୁ

ଅକୁହା ହୁଏ ଚିଠି ବି ତ

ଅପଢା ରହେ ।


Rate this content
Log in

Similar oriya poem from Abstract