STORYMIRROR

Debadatta Jena

Classics Inspirational Children

3  

Debadatta Jena

Classics Inspirational Children

ବିଦ୍ୟାର୍ଥୀ..

ବିଦ୍ୟାର୍ଥୀ..

1 min
192

"ସ ବିଦ୍ୟା ଯ ବିମୁକ୍ତଏ", 


ମୁକ୍ତିର ମଶାଲ,ଅଜ୍ଞାନ ଅନ୍ଧକାର


ସମୂଳେ କରେ ନାଶ, 


ଜ୍ଞାନର ଆଲୋକ ବର୍ତ୍ତିକା ତୁଲ୍ୟ 


ସେ ବିଦ୍ୟା, 


ଚାରି ବେଦ ଏବଂ ଷଢ଼ ବେଦାନ୍ତ, 


ଋକ, ସାମ, ଯଜୁର ଓ ଅଥର୍ବ, 


ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତି, 


ଛନ୍ଦ ଓ ଜ୍ୟୋତିଷ, 


ମୀମାଂସା, ନ୍ୟାୟ, ଧର୍ମ ଶାସ୍ତ୍ର, 


ପୁରାଣ, ଆୟୁର୍ବେଦ, ଗାନ୍ଧର୍ବ, 


ଅର୍ଥ ଶାସ୍ତ୍ର ଯେ ଜ୍ଞାନ !


ଯିଏ ଅବୋଧ କୁ ବୋଧଗମ୍ୟ, 


ପ୍ରବଳ ପାଣ୍ଡିତ୍ୟକୁ ବୋଧପ୍ରାପ୍ତ, 


ଗଭୀର ତତ୍ତ୍ୱ ସଂଜ୍ଞାନ 


ସେ ପରମ ଦର୍ଶନ,


ଯେ କରେ ଲୁପ୍ତ ଆଜ୍ଞନ ତିମିର, 


ଶିକ୍ଷାର ଦିବ୍ୟ ତତ୍ତ୍ୱ ଜ୍ଞାନ, 


ଅଟେ ବ୍ରହ୍ମ ଜ୍ଞାନ..!


ହେ ପୁଣ୍ୟାତ୍ମା ବିଦ୍ୟାର୍ଥୀ, 


ହେଜ ସେ ପରା ଅପରା ତତ୍ତ୍ୱ, 


ଅଜ୍ଞାନ ତିମିରାଚ୍ଛନ୍ନ ହେଉ 


ସମୂଳେ ବିନାଶ, 


ହେଳେ ତରିଲେ ହେବ ନାଶ, 


ବିଦ୍ୟା ଯେ ପରମ କାରଣ, 


ହେ ତପସ୍ୱୀ, ସେ ତେଜରେ 


ହୁଅ ପୁଣ୍ୟ ସତୀର୍ଥ, 


ସେ ତପରେ ଧର୍ମ, ଅର୍ଥ, କାମ 


ମୋକ୍ଷ ଦିବ୍ୟତ୍ବର ଲାଭ, 


ଦିବ୍ୟ ସନ୍ଦର୍ଶନ..!


ସତ କାମରେ ବ୍ରତୀ ଯେବେ, 


ସଦ ବୁଦ୍ଧି, ସଦ ଜ୍ଞାନର ସମୀପ, 


ସତ ଚିନ୍ତା, ସତ କର୍ମେ,ସତ ଧର୍ମେ, 


ଚରମ ଆସ୍ୱସ୍ଥି, 


ଜୀବନ ପରମ ସାର୍ଥକ, 


ବିଦ୍ୟାର୍ଥୀର ଧର୍ମ ହେଉ, ସତ ମାର୍ଗ, 


ବିଦ୍ୟା ଅଧ୍ୟୟନ..!


ଲଭି ପରମ ସ୍ୱାଧ୍ୟୟ, ବିଦ୍ୟା ଶ୍ରେଷ୍ଠ 


ଏ ଜଗତ ମିଥ୍ୟା, ବ୍ରହ୍ମ ସତ୍ୟ, 


ଅଟେ ଯେ ସାରାଂଶ,ଲୋଭ କ୍ରୋଧ 


ମୋହ ମାୟା, 


ହେବ ବନ୍ଧନ ମୁକ୍ତ,ଏ ଗୁଢ ରହସ୍ୟ, 


ବିଭୂ ପ୍ରେମେ ମିଳି ଯିବ ମୋକ୍ଷ, 


ଥିବ ବିଭୂଙ୍କ ସାନ୍ନିଧ୍ୟ..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics