STORYMIRROR

Sahadev Behera

Abstract

2  

Sahadev Behera

Abstract

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
266

ମଙ୍ଗଳ ଦାୟକ ବିଘ୍ନ ବିନାଶକ 

ବିଦ୍ୟାଦାତ୍ରୀ ମାତ ସରସ୍ବତୀ 

ଚରଣେ ଯେ ନିତି ଢାଳଇ ପ୍ରଣତି

ଜୀବନରେ ତା ନଲାଗେ ଭୀତି

ମାତା ପିତା ପୂଜେ ସଂଜ ସକାଳରେ

ଚରଣ ଛୁଅଁଇ ଯିଏ ନିଇତି 

ସାଧୁସନ୍ଥ ସେବା ଗରିବକୁ ଦାନ 

ସିଏ ଏକା ଲଭେ ଜଗତେ ଖ୍ୟାତି

ଗୁରୁଜୀ ଗୁରୁମା କଥା ମାନି ଯିଏ 

ମନ ଧ୍ଯାନ ଦେଇ ପାଠ ପଢଇ

ଗୁରୁଜନେ ସଦା ପ୍ରଶଂସା ଲଭଇ

ମାନ ଯଶ ଖ୍ୟାତି ତାର ବଢଇ

ସାଙ୍ଗ ସାଥି ମେଳେ  ନ କରଇ କଳି

ମୁଖେ ନ ବୋଲଇ ଆନବଚନ

ସେପରି ବିଦ୍ୟାର୍ଥୀ ପ୍ରଶଂସା ଲଭଇ

ପାଇଥାଏ ସଦା ମାନସମ୍ମାନ

ମଧୁର ବଚନେ  କିଣି ନିଏ ପ୍ରାଣ 

କହୁଥାଏ ସଦା ମଧୁର କଥା 

ମନେ କା କଷଣ ନ ଦିଅଇ କେବେ 

ନ ଦିଏ କେବେ ସେ କାହାକୁ ବ୍ୟଥା

ପଢା ଘର ତାର ମନ୍ଦିର ସମାନ 

ରଖି ଥାଏ ତାକୁ କରି ସୁନ୍ଦର  

ଅଳିଆ ଅସନା  ନ କରେ ପୋଷାକ 

ଘରଦ୍ବାର ରଖେ ସଫାସୁତୁର

ସଜାଏ ବଗିଚା ନାନା ଜାତି ଫୁଲେ

ନିଅଇ ଗଛର କେତେ ଯତନ

କରୁଥାଏ ସିଏ ଗଛର ଆଦର

ଗଛ ପାଇଁ ପରା ଆମ ଜୀବନ

ସଅଳ ଶୁଅଇ ସଅଳ ଉଠଇ

ଯୋଗ ଶାରୀରିକ ନିତି କରଇ 

ଖାଦ୍ୟାଭାସ ସଙ୍ଗେ ଶରୀର ଯତନ

ସମୟ ସହିତ କାମ କରଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract