STORYMIRROR

Subhalaxmi Nayak

Abstract Inspirational

4  

Subhalaxmi Nayak

Abstract Inspirational

ବିଦ୍ୟା ଅଟଇ ମହାଧନ

ବିଦ୍ୟା ଅଟଇ ମହାଧନ

1 min
391

ବାଳୁତ କାଳୁ ବିଦ୍ୟାରମ୍ଭେ,

ମନ ଲଗାଇ ପଢ଼ ଦମ୍ଭେ।


ଯେମନ୍ତେ ଭବିଷ୍ୟତ ଚିନ୍ତା,

ପରିଶ୍ରମଟି ନଯାଏ ବୃଥା।


ଧ୍ୟାନ କେନ୍ଦ୍ରିତ କରୁଥାଅ,

ମନବାଞ୍ଛିତ ଫଳ ପାଅ।


ଶିକ୍ଷାର ନାହିଁ ବିକଳ୍ପ,

ପଢ଼ିବାକୁ କର ସଂକଳ୍ପ।


ଦେଶର ବିକାଶରେ ଉଚ୍ଚଶିକ୍ଷା,

ବିକାଶଶୀଳ ଦେଶର ସୁରକ୍ଷା।


ମନ ଲଗାଇ ପଢ଼ି ପାଠ,

କର୍ମକ୍ଷେତ୍ରରେ ହୁଅ କର୍ମଠ।


ଚିକିତ୍ସକ, ଯାନ୍ତ୍ରିକ, ବୈଜ୍ଞାନିକ,

ସାହିତ୍ୟିକ ହୁଅ ବା ଶିକ୍ଷକ।


ନେଇ ଯୁଗାନ୍ତକାରୀ ପଦକ୍ଷେପ,

ସଭିଏଁ ପଢ଼ିବାକୁ ନେବା ସଂକଳ୍ପ।


ଶିକ୍ଷା ଲାଭ କରେ ମଣିଷକୁ ସ୍ୱତନ୍ତ୍ର

ଜ୍ଞାନ ଆହରଣ ହିଁ ସଫଳତାର ମୂଳମନ୍ତ୍ର।


ବିଦ୍ୟା ଅଟଇ ମହାଧନ,

ଆଗ୍ରହରେ କର ଆହରଣ।


ନିଯୁକ୍ତି କ୍ଷେତ୍ରରେ ବଢ଼ାଏ ଗାରିମା,

କରି ଚମତ୍କାର ଦକ୍ଷତାର ପ୍ରତିପାଦନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract