STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ବିଦ୍ୟା ଅବିଦ୍ୟା ର କରାମତି

ବିଦ୍ୟା ଅବିଦ୍ୟା ର କରାମତି

2 mins
35


ଅବିଦ୍ୟା ଅକର୍ମ ଅଧର୍ମ ରୁ ମୁକ୍ତି

ଜ୍ଞାନାଲୋକ ଶକ୍ତି ବଳେ

ଅବଗୁଣ ଏବଂ ଆମାନବିକତା 

ବିନାଶ ହୁଏ ସମୁଳେ

ବିଦ୍ୟା ବିହୁନେ ଅବିଦ୍ୟା ର ରାଜୁତି

ମୋହେ ଲିପ୍ତ ମତି ଗତି

ଅବିଦ୍ୟା ସହିତ ହୁଏ ମୋହଗ୍ରସ୍ତ

ଜୀବନ ପଥ ସମ୍ପ୍ରତି

ଅବିଦ୍ୟା ବା ଅଜ୍ଞାନତା ରୁ ହିଁ ଜାତ

ମୋହ,ସ୍ବାର୍ଥ,କାମ,କ୍ରୋଧ

ଅବିଦ୍ୟା ରେ ଜୀବ ବନ୍ଧନ ଭିତରେ

ମୁକ୍ତି ପଥ ଅବରୋଧ


ଭୌତିକ ତଥା ବ୍ୟବହାରିକ ବିଦ୍ୟା

ଅପରା ଭାବରେ ଗଣା

ଜୀବନର ମୁକ୍ତି ପାଇଁ ଯେଉଁ ବିଦ୍ୟା

ପରା ଭାବେ ଜଣା ଶୁଣା

ଅପରା ପ୍ରକୃତି ରୁ ଅବିଦ୍ୟା ଜାତ

ବିଦ୍ୟା ପରା ପ୍ରକୃତି ରୁ

ଅଧ୍ୟାତ୍ମ ବିଦ୍ୟା ହିଁ ଅଟେ ରାଜ ବିଦ୍ୟା

ପରା ପ୍ରକୃତି ବଳରୁ

ଅଧ୍ୟାତ୍ମ ବିଦ୍ୟା ହିଁ ନାଶ କରେ ମୋହ

ସର୍ବ ବନ୍ଧନ ରୁ ମୁକ୍ତି

ଅବିଦ୍ୟା ପଥରେ ପଥିକ ସାଜିଲେ

ପ୍ରାପ୍ତି ହୁଅଇ ଦୁର୍ଗତି

ମନ ବଚନ ଓ କର୍ମ ରେ ଦମ୍ଭତା 

ବୃଥା ଗର୍ବ ଆସ୍ଫାଳନ 

ଅବିଦ୍ୟା ସହିତ ଅଭିମାନୀ ବ୍ୟକ୍ତି

ଜାଣି ହୁଏ ତା ଲକ୍ଷଣ

କିଏ ବୁଦ୍ଧି କିଏ ବଳ କିଏ ରୂପ

ପୁଣି କିଏ ଐଶ୍ୱର୍ଯ୍ୟ ରେ

ଅଭିମାନ ସହ ଗର୍ବ ହୃଦୟରେ

ଅବିଦ୍ୟା ପ୍ରକାଶ କରେ

ଅବିଦ୍ୟା ବଳରେ ହୋଇ ବଳୀୟାନ

ଅହଂକାରୀ ପରାୟଣା

ଅନ୍ୟାୟ ଅସତ୍ୟ ଅଧର୍ମ ଅକର୍ମେ

ବଡ ପଣିଆ ଭାବନା

ଦୟା ମାୟା ଭୁଲି ଲୋକଙ୍କୁ ଯାତନା 

ନିଜ ସ୍ବାର୍ଥ ହାସଲ ରେ

ପରିଣତି ବୟସ ରେ ଅସହାୟ

କେହି ନ ଥାଏ ପାଖରେ


ବିବେକ-ହୀନ ଭାବନା ଜାଗ୍ରତ ରେ

ବିଦ୍ୟାର ଶ୍ରୀହୀନ ସ୍ଥିତି

ବିଦ୍ୟା ବଳେ ପ୍ରାପ୍ତ ବିନୟତା ବୋଧ

ବିଦ୍ୟା ବିନା ଗର୍ବ-ମତି

ବିଦ୍ୟା ବଳେ ପ୍ରାପ୍ତ ସହନଶୀଳତା

ଅସହିଷ୍ଣୁ ଅବିଦ୍ୟା ରେ 

ବିଦ୍ୟା ଶିକ୍ଷା ଦିଏ ନିଃସ୍ଵାର୍ଥପରତା

ସ୍ବାର୍ଥ ଭାବ ଅଜ୍ଞତା ରେ

ବିଦ୍ୟା ବଳେ ଜ୍ଞାନୀ ସ୍ଵାଭିମାନୀ

ଅବିଦ୍ୟା ରେ ଅଭିମାନ

ଆତ୍ମ ଗର୍ବ ଏକ ପୁଟୁଳି ସଦୃଶ

ଚକ୍ଷୁ ରେ ଥାଏ ବନ୍ଧନ

ଅଜ୍ଞତା ବଶତଃ ଭଲ ଆଉ ଭୁଲ୍

ଜାଣି ପାରେନା ମଣିଷ

ହିତାହିତ ଜ୍ଞାନ ଭୁଲି ଅପକର୍ମ

ହୃଦୟେ ଭରେ କଳୁଷ


ସଭ୍ୟ ସମାଜରେ ବିଦ୍ୟା ର ସଂଜ୍ଞା

ନିରକ୍ଷରତା ରୁ ମୁକ୍ତି

ଆନୁଷ୍ଠାନିକ ଶିକ୍ଷା ସମାପ୍ତି ପରେ

ଶିକ୍ଷିତ ନାମରେ ଖ୍ୟାତି

ପ୍ରକୃତି ଓ ଜୀବନ ପର୍ଯ୍ୟବେକ୍ଷଣ

ସ୍ୱ-ଅଭିଜ୍ଞତା ସହିତ

ଶିକ୍ଷିତ ଅଥବା ଶିକ୍ଷା ପ୍ରାପ୍ତ ନାମେ

ହେଉଅଛି ପରିଚିତ

ବିବେକ ହୀନ ବିଦ୍ୟା-ବାନ ଭିଡ

ସମାଜରେ ଦୃଶ୍ୟମାନ

ନାମକୁ ମାତ୍ର ଶିକ୍ଷିତ ର ଆଖ୍ୟା

ପଥଭ୍ରଷ୍ଟ ରେ ଜୀବନ

ଆଜିର ଶିକ୍ଷିତ ରହୁଛି ସଂପୃକ୍ତ

ଚୋରି ଡକାୟତି କାର୍ଯ୍ୟେ

ହତ୍ୟା ଦୁଷ୍କର୍ମ ବଳାକ୍ରାର ପରି

ଘୃଣ୍ୟ କାର୍ଯ୍ୟ କରେ ନିଜେ

ଶିକ୍ଷକ ପଦରେ ଶିକ୍ଷା ପ୍ରାପ୍ତ ବ୍ୟକ୍ତି

ରହୁଛି ନାମକୁ ମାତ୍ର 

ଛାତ୍ରଙ୍କ ଆଚରଣ ଓ ଉଚ୍ଚାରଣ

ବ୍ୟବସ୍ଥାରେ ଅସଞ୍ଜତ 

ନୈତିକ ଶିକ୍ଷାର ଘୋର ଅଭାବ

ବିଦ୍ୟାଳୟ ଅବା ଘରେ

ଶିକ୍ଷା ଅନୁଷ୍ଠାନ ନାମେ ବ୍ୟବସାୟ

ବାରି ହୁଏ ସହଜରେ


ଚାଷ ଜମି କ୍ରମେ ଲୋପ ପାଉଅଛି

ଶିକ୍ଷିତ ଚାହୁଁନି ଚାଷ

ବିକାଶ ନାମରେ ଜଙ୍ଗଲ ବିଧ୍ଵଂସ

ପରିବେଶ ର ବିନାଶ

ଅପାଠୁଆ ବରଂ ସତ୍ୟର ପୂଜାରୀ

ପାହାଡ ବୃକ୍ଷ-ଲତା ର

ସୁନାର ଫସଲ କରୁଛି ଅମଳ

ଚଳାଉଛି ପରିବାର


ଯେଉଁ ବିଦ୍ୟା ବଳେ ଅଜ୍ଞାନ ରୁ ମୁକ୍ତି

ସେ ବିଦ୍ୟା ଅଟେ ପ୍ରକୃତ

ଅନ୍ୟ ବିଦ୍ୟା ସବୁ କଳା ଓ କୌଶଳ

ଜୀବନ ସହ ଜଡ଼ିତ

ପ୍ରକୃତ ବିଦ୍ୟା ହିଁ ଯୋଗରେ ବିଶ୍ୱାସ

ବିଦ୍ୟା ରେ ନାହିଁ ବିଯୋଗ

ଜୀବନର ମାନ ଯେବେ ମୂଲ୍ୟ ହୀନ

ବିଦ୍ୟା ର ହୁଏ ପ୍ରୟୋଗ

ଯେଉଁ ବିଦ୍ୟା ବଳେ ହୁଏ ବିକଶିତ

ମାନବିକତା ଭାବନା

ସେହି ବିଦ୍ୟା ଅଟେ ଉପଯୁକ୍ତ ବିଦ୍ୟା

ଅନ୍ୟ ଅବିଦ୍ୟା ରେ ଗଣା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract