STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ବିଦ୍ଯା ବ୍ଯାପାର

ବିଦ୍ଯା ବ୍ଯାପାର

1 min
173

ଆଜିକାଲି ବିଦ୍ଯା ହେଉଛି ବିକିରି

ଧୂଳିଆ ହାଟରେ ଚାଳିଆ ଘରେ

ସୁଦୃଶ୍ୟ ସୌଖିନ ବିପଣିରେ

ଯିଏ ପାରିଲା ପୁଳାଏ ଟଙ୍କା ବିଞ୍ଚି

ମନ ଇଚ୍ଛା ଯେତେ ଲୋଡ଼ା

କିଣି ନେଉଛି ବିଡା ବିଡା ଡିଗିରି।


ଯୋଗ୍ୟତାର ମାପକାଠି ଆଜିର ଯୁଗରେ

ଯାଇଛି ବଦଳି ଅର୍ଥର ପ୍ରାଚୁର୍ଯ୍ୟ ବଳରେ

ନିର୍ଦ୍ଧନ ମେଧାବୀ ପିଟୁଛି ମଥା ହତାଶାରେ

ଅଯୋଗ୍ୟ ଅପଦାର୍ଥ ଯେତେକ ହୁଅନ୍ତି ଗଣା

ଜ୍ଞାନୀ ଗୁଣୀ ବିଜ୍ଞାନୀ ବିଶେଷଜ୍ଞଗଣରେ

ପାରିବାରିକ ପ୍ରତିପତ୍ତି ପତିଆରା ଲଢେଇରେ।


ହୁ ହୁ ହୋଇ ବଢୁଛି ଶିକ୍ଷିତ ବେକାରୀ

ଲୁଚାଛପାରେ ଅବା ଦିନ ଦ୍ବିପ୍ରହରରେ

ଚାଲିଛି ନିଲାମୀ ସରକାରୀ ଚାକିରୀ

ସୁପାରିଶ ତୋଷାମଦୀ କଳାଟଙ୍କା କାରବାରରେ

ପରିବାବାଲା ହାତେଇ ନେଉଛି ପଦପଦବୀ

ଅନାୟସରେ ଅକ୍ଲେଶରେ ବିନା ପରିଶ୍ରମରେ।


ପାରଦର୍ଶୀ ଦକ୍ଷ ବିଦ୍ଵାନ ପ୍ରାର୍ଥୀ ଯେତେ

ଖଟନ୍ତି ବେଠି ଆପଣାର ଭାଗ୍ୟକୁ ଆଦରି

ମେଧା ଏଠି ମୂଲ୍ଯହୀନ ନାହିଁ ତା' ଆଦର

ଲାଞ୍ଚୁଆ ମିଛୁଆ ଯୁଗରେ କାହା ଆଗେ

ତୁଛା ଦୁଃଖରେ କରିବା ହାରି ଗୁହାରି

ଲାଗିଲେ ମୂଲ ମିଳିବ ତ ଗଣ୍ଡେ ମଜୁରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy