STORYMIRROR

Akhila Padhi

Tragedy

4  

Akhila Padhi

Tragedy

ବିଦ୍ରୋହ ର ସମ୍ଭାବନା

ବିଦ୍ରୋହ ର ସମ୍ଭାବନା

1 min
10


ଏଠି ବିଦ୍ରୋହ ର ସମ୍ଭାବନା ପ୍ରବଳ ।

ସାଗରର ସୀମା ଡେଇଁ ତରିବାକୁ ଚାହେଁ ମୀନ,
ବେଦନାର ସୀମା ଡେଇଁ ଉଡିବାକୁ ଚାହେଁ ମନ ।।

ମରୁଭୂମି ସୀମା ଡେଇଁ ବହିବାକୁ ଚାହେଁ ନଦୀ,
ନୀରବତା ସୀମା ଡେଇଁ ଗର୍ଜିବାକୁ ଚାହେଁ ବନ୍ଦୀ ।।

ଦାସତ୍ୱର ସୀମା ଡେଇଁ ଟେକିବାକୁ ଚାହେଁ ଶିର,
ଅନ୍ଧକାର ସୀମା ଡେଇଁ ଛୁଟିବାକୁ ଚାହେଁ ତୀର ।।

ସୀମା ର ସାମାନ୍ୟ ଜ୍ଞାନ ବୁଝିବାରେ ବିଫଳ ।
ଏଠି ବିଦ୍ରୋହ ର ସମ୍ଭାବନା ପ୍ରବଳ ।।।

ନୟନର ସୀମା ଡେଇଁ ବୋହିବାକୁ ଚାହେଁ ଲୁହ,
ହୃଦୟର ସୀମା ଡେଇଁ ଉଠିବାକୁ ଚାହେଁ କୋହ ।।

ସ୍ମୃତିର ସୀମା ଡେଇଁ ଫେରିବାକୁ ଚାହେଁ ଦିନ,
ଶୂନ୍ୟତାର ସୀମା ଡେଇଁ ଝୁରିହୁଏ ଏଇ ମନ ।।

ମୃତ୍ୟୁର ସୀମା ଡେଇଁ ଫେରିବାକୁ ଚାହେଁ ପ୍ରାଣ,
ନିୟତିର ସୀମା ଡେଇଁ ଖୋଜୁଅଛି ସ୍ନେହ ଧନ ।।

ସୀମା ର ସାମାନ୍ୟ ଜ୍ଞାନ ବୁଝିବାରେ ବିଫଳ ।
ଏଠି ବିଦ୍ରୋହ ର ସମ୍ଭାବନା ପ୍ରବଳ ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy