ନିଶାର୍ଦ୍ଧେ
ନିଶାର୍ଦ୍ଧେ
ନିଶାର୍ଦ୍ଧେ ନିଦ୍ରା ଟୁଟେ
ନିର୍ଦୟୀ କେ କପଟେ
ପଲକେ ବାନ୍ଧି ଦିଏ
ଛବି ପଟେ ଦି ପଟେ ।।
ସ୍ମୃତିର ସୁଅ ଛୁଟେ
ଅତୀତ ପୁଣି ଭେଟେ
ନୟନୁ ଲୁହ ଝରି
କପୋଳ ଦେଶେ ଲୁଟେ ।।
ଅତୀତ ଜାଗି ଉଠେ
ଅକୁହା ବ୍ୟଥା ଫୁଟେ
ବିରହେ ଜଳେ ପ୍ରାଣ
ଅଶ୍ରୁର ଧାର ଛୁଟେ ।।
ଝୁରାଏ ଏହି ରାତି
ନିଭିଲା ଶେଷ ବାତି
ଅନ୍ଧାରେ ଖୋଜେ କାହା
ଦହଇ ମୋର ଛାତି ।।
ଅସରନ୍ତି ବେଦନା
ଅଥୟ ଏ ଚେତନା
ଚାହିଁଛି ଶୂନ୍ୟ ପଥେ
ଲୋଡ଼ି ସେ ସାନ୍ତ୍ୱନା ।।
ପାହାନ୍ତା ବାଆ ବହେ
କାନରେ ଧୀରେ କହେ
ସାଇତା ସେହି ସ୍ନେହ
ବୁକୁରେ ଚିର ରହେ ।।
