STORYMIRROR

Akhila Padhi

Inspirational Children

4  

Akhila Padhi

Inspirational Children

ଆତ୍ମା ତତ୍ତ୍ୱ

ଆତ୍ମା ତତ୍ତ୍ୱ

1 min
4

ଅଭାଗା ହତଭାଗା 

ସତେ ଅବା ତଟିନୀ । 

ଗିରି ପରିତ୍ୟକ୍ତା ସାଗର ବିରହିଣି ।୦।

_________

ଶରୀରେ ଆବଦ୍ଧ ଲୋଭ କାମେ ବଶ 

ବ୍ରହ୍ମ ତ୍ୟାଗି ବ୍ରହ୍ମ ଲାଗି ଆତ୍ମେ ତତ୍ତ୍ବ ହ୍ରାସ । 

ଅଚଳ ଅବିଚଳ 

ସତେ ଅବା ପଥର 

କ୍ଷର ପ୍ରତିକ୍ଷଣେ ତଥାପି ଅକ୍ଷର ।୧।

__________

ନିଶବ୍ଦ ନିଶାର୍ଦ୍ଧ ମେଘ ଦେହେ ସୁପ୍ତ 

ଘର୍ଘର ଶବ୍ଦ ସହ ନଭେ ହୁଏ ବ୍ୟାପ୍ତ । 

ଚପଳା ଲାଜବୋଳା 

ସତେ ଅବା ବିଜୁଳି 

କ୍ଷଣିକ ଆୟୁଷ ଯାଏ ଖାଲି ଜଳି ।୨।

__________

କର୍ଦ୍ଦମରୁ ଉଠି କରେ ଆରୋହଣ 

ନିର୍ମଳ ଆଲୋକେ ମଗ୍ନ ସାରାକ୍ଷଣ । 

ପଙ୍କେ ନୋହେ ଲିପ୍ତ 

ସତେ ଅବା କମଳ 

ଜୀବନ ସଂଗ୍ରାମେ ଅତୁଟ ସମ୍ବଳ ।୩।

__________

କଠିନ ମୃତ୍ତିକା ଭେଦି ଧୀରେ ଧୀରେ 

ମୁଣ୍ଡ ଟେକି ଚାହେଁ ନୀଳ ନଭ ଶିରେ । 

କ୍ଷୁଦ୍ର ଅଙ୍କୁରିତ 

ସତେ ଅବା ବୀଜ 

ମହାଦ୍ରୁମ ସାଜେ ଜିଣି ବନ୍ଧ ନିଜ ।୪।

__________

ଝଡ଼ର ଆଘାତେ ଭାଙ୍ଗେ ନାହିଁ ଡେଣା 

ଅନନ୍ତ ଆକାଶ ପଥ ତାର ଜଣା । 

ମୁକ୍ତ ସଂଗ୍ରାମୀ 

ସତେ ଅବା ପକ୍ଷୀ 

ଉଚ୍ଚ ଆକାଂକ୍ଷାର ଧ୍ରୁବ ଏକ ସାକ୍ଷୀ ।୫।

__________

ତିମିର ବନ୍ଧନ କରି ଛାରଖାର 

ଆଲୋକର ବନ୍ୟା ଆଣେ ବାରମ୍ବାର । 

ତେଜୋମୟ ଯାତ୍ରୀ 

ସତେ ଅବା ରବି 

କର୍ମର ପଥରେ ଅମର ସେ ଛବି ।୬।

__________

ଦାରୁଣ ନିଦାଘେ ସହି ଖରା ତାତି 

କ୍ଳାନ୍ତ ପଥିକର ଜୁଡ଼ାଇ ସେ ଛାତି । 

ସ୍ୱାର୍ଥହୀନ ଦାତା ସତେ ଅବା ତରୁ 

ସବୁଜିମା ବାଣ୍ଟି ହସାଇଣ ମରୁ ।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational