STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ବିଧିର ବିଧାନ କେ କରିବ ଆନ

ବିଧିର ବିଧାନ କେ କରିବ ଆନ

1 min
223


ବିଧିର ବିଧାନ କେ କରିବ ଆନ

ରହିଛି ଆପ୍ତ ବଚନ 

ପୁରୁଷାକାରକୁ ଜାଗ୍ରତ କରିଲେ

ହଟିବ ବିଧି ବିଧାନ ।

ଉଦ୍ଯୋଗୀ ପୁରୁଷ ଲକ୍ଷ୍ମୀପ୍ରାପ୍ତ ହୁଏ

ସନ୍ଦେହ ନାହିଁ ଏଥିରେ 

ଦଇବ ଦେଲା ଭାଗ୍ଯରେ ଥିଲା ବୋଲି

କାପୁରୁଷ ମନେକରେ ।

ଯତନ କରିଲେ ରତନ ମିଳଇ

ମନେ ହେଜ ଏ ବଚନ

ରତନ ଯଦି ବା କେବେ ନମିଳିଲା

କରିଲେ ବହୁ ଯତନ ।

ଭଲ ଭାବେ ଦେଖ କି ଦୋଷ ରହିଲା

କରିଲ ଯେଉଁ ଯତନ 

ପ୍ରତିକାର ତାର କରିଲେ ନିଶ୍ଚୟ

ମିଳିବ ସେହି ରତନ ।

ଉଦ୍ୟମ ବଳରେ କାର୍ଯ୍ଯ ସିଦ୍ଧି ହୁଏ

ଉଦ୍ୟମ ହୀନେ ଅସିଦ୍ଧି 

ବିନା ଉଦ୍ୟମରେ ମନୋରଥ ବଳେ

କାର୍ଯ୍ୟ କି ହୋଇବ ସିଦ୍ଧି ?

ସିଂହଟିଏ ଯଦି ଶୋଇ ରହିଥିବ

କେବେ କି ମୁଖରେ ତାର 

ପଶିଯିବ ମୃଗ ଆପେ ଆପେ ଯାଇ

ଏ କଥା ମନରେ ଧର ।

ପୁରୁଷାର୍ଥ କଲେ ଦାନବୀର କର୍ଣ୍ଣ

ସତୀ ସାବିତ୍ରୀ ଆବର 

ସୁଦାମା ବ୍ରାହ୍ମଣ ପୁରୁଷାର୍ଥ କଲେ

ମାର୍କଣ୍ଡେୟ ହେତୁ କର ।

ବିଧିର ବିଧାନ କେ କରିବ ଆନ

ପୁରୁଷାର୍ଥ ଆପେ କର 

ବିକଟ ସମସ୍ୟା ହେବ ସମାଧାନ

ପ୍ରଭୁଙ୍କୁ କର ନିଜର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational